ଶୀତଦିନେ ଗରିବ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସୁଯୋଗ ଏବଂ ବନ୍ଧୁ ଫାଉଡ଼େସନ୍ ପକ୍ଷରୁ ନିଆରା ଉଦ୍ୟମ : ମାଗଣାରେ ବଣ୍ଟାଯାଉଛି ଶୀତ ବସ୍ତ୍ର 

49

ଶୀତଦିନରେ ଆବଶ୍ୟକ କରୁଥିବା ଲୋକଙ୍କୁ ଶୀତ ବସ୍ତ୍ର ବଂଟନ କରିଛି ସୁଯୋଗ ଫାଉଣ୍ଡଡେସନ୍ । ଖ୍ରୀଷ୍ଟମାସ ଅବସରରେ ଭୁବନେଶ୍ୱର ଚନ୍ଦକା ଗୋଡ଼ିବାରି ଗାଁରେ ପହଂଚି ଏହି ସଂଗଠନର କର୍ମକର୍ତାମାନେ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲ୍କା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ, ବୁଗିନ୍ ହା’ ସଂଯୋଜକ ସବିତା ପଟ୍ଟନାୟକ, ନାଲ୍କୋର ପୂବର୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ସୁଯୋଗର ସମ୍ପାଦକ ତ୍ରିନାଥ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ସମାଜର ଅବହେଳିତ ଲୋକଙ୍କ ପାଖରେ ପହଂଚି ତାଙ୍କ ସୁଖଦୁଃଖରେ ସାଥି ହେବାର ପ୍ରୟାସ ଜରି ରଖିଛି ଏହି ସାମାଜିକ ସଂଗଠନ ।

ସେହିପରି ଗରିବ ଲୋକଙ୍କୁ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ଗୋରଡ଼ ବନ୍ଧୁ ପରିବାର ପକ୍ଷରୁ ଖୋଲିଛି ମାଗଣା ଷ୍ଟଲ । ରାହାମା କଲେଜ ରୋଡରେ ଖୋଲାଯାଇଥିବା ଏହି ଷ୍ଟଲ୍ରେ ଆବଶ୍ୟକ କରୁଥିବା ଲୋକଙ୍କୁ ମାଗଣାରେ ସାମଗ୍ରୀ ଦିଆଯାଉଛି । ପୁରୁଣା ବ୍ୟବହାର ଯୋଗ୍ୟ ଶାଢ଼ୀ, ସାର୍ଟ, ଶୀତ ବସ୍ତ୍ର, ଜୋତା ଖେଳାଣା ଆଦିକୁ ଏକାଠି କରି ଦୋକାନ ଭଳି ଏକ ଷ୍ଟଲ କରିଛି ବନ୍ଧୁ ପରିବାର ସଂଗଠନ । ଆଉ ଏଠିକୁ ଆସି, ଆବଶ୍ୟକ କରୁଥିବା ଗରିବ ଲୋକମାନେ ବିନା ମୁଲ୍ୟରେ ଏହି ସବୁ ସାମଗ୍ରୀ ନେଇ ବ୍ୟବହାର କରୁଛନ୍ତି ।