କେନ୍ଦ୍ରାପଡାରେ ସୁଜାତା ପାଣ୍ଡିୟାନ । କହିଲେ, ଏସଏଚଜି ମାନଙ୍କୁ ଅଧିକ ସଶକ୍ତ କରିବାକୁ ନିଆଯିବ ପଦକ୍ଷେପ 

Advertisment
କେନ୍ଦ୍ରାପଡାରେ ସୁଜାତା ପାଣ୍ଡିୟାନ । କହିଲେ, ଏସଏଚଜି ମାନଙ୍କୁ ଅଧିକ ସଶକ୍ତ କରିବାକୁ ନିଆଯିବ ପଦକ୍ଷେପ 

କନକ ବ୍ୟୁରୋ: ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଆଜି କେନ୍ଦ୍ରାପଡା ଗସ୍ତ କରିଛନ୍ତି।ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ କରାଯାଇଥିବା ବେଳେ ଏହି ବିଭାଗକୁ କିପରି ଲୋକାଭିମୁଖୀ କରାଯିବ, ମହିଳାମାନେ କିପରି ଉନ୍ନତି କରିବେ ଏବଂ ସରକାରଙ୍କ ଯୋଜନା କିପରି ମହିଳା ମାନଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ବିଭିନ୍ନ ବିଭାଗୀୟ ଅଧିକାରୀ  ଉପସ୍ଥିତି ରହି ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ୟ୍ୟଶୈଳୀ ସମ୍ପର୍କରେ ବୁଝାଇଛନ୍ତି। କେନ୍ଦ୍ରାପଡାରେ ମହିଳା ଏସଏଚଜି କିପରି କୌଣସି ବିଭାଗ ଦ୍ଵାରା ଅସୁବିଧାରେ ପଡିବେ ନାହିଁ ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ସେଥିପ୍ରତି ନଜର ଦେବାକୁ ନିର୍ଦ୍ଦେଶିକା ନିର୍ଦ୍ଦେଶ ଦେଇଛନ୍ତି।ଦୁଇଘଣ୍ଟା ଧରି ମିଶନଶକ୍ତିର କାର୍ୟ୍ୟକ୍ରମ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe