କନକ ବ୍ୟୁରୋ : ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ବଲାଙ୍ଗୀରର ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବିନାୟକ ପ୍ରଧାନ । ଆଜି ସେ ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତେ । ହେଲେ ବିଳମ୍ବିତ ରାତିରେ ସେ ରହୁଥିବା ହଷ୍ଟେଲର ଗାଧୁଆ ଘରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସେ ଗାମୁଛା ଲଗାଇ ଝୁଲିପଡ଼ିଥିବା ଆଜି ସକାଳେ ଅନ୍ୟ ଛାତ୍ରମାନେ ଦେଖିବାକୁ ପାଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରୀକ୍ଷା ଚାପରେ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।