କନକ ବ୍ୟୁରୋ : ତାଲାବନ୍ଦ ସମୟରେ ବଢିଛି ଆତ୍ମହତ୍ୟା । ଏନେଇ ଭିମସାର ଡାକ୍ତରମାନେ ଏକ ସର୍ଭେ କରି ଖୁଲାସା କରିଛନ୍ତି । ପିଏମସିରେ ସୂଚିତ ହୋଇଥିବା ଏକ ଆନ୍ତର୍ଜାତୀୟ ଜର୍ଣ୍ଣାଲ ଅଫ୍ ମେଡ଼ିକାଲ ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନରେ ତାଲାବନ୍ଦ ସମୟରେ ଆତ୍ମହତ୍ୟା ହାରର ବୃଦ୍ଧି ଘଟିଥିବା ଜଣାପଡ଼ିଛି । ଏହି ଅଧ୍ୟୟନ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନର କମ୍ୟୁନିଟି ମେଡ଼ିସିନ୍ ଫାର୍ମାକୋଲୋଜି ଏବଂ ଫରେନସିକ୍ ମେଡ଼ିସିନ୍ ବିଭାଗର ୮ଜଣ ଅନୁସନ୍ଧାନକାରୀ ଅନୁସନ୍ଧାନ କରିଛନ୍ତି ।

Advertisment

ଅନୁସନ୍ଧାନକାରୀ ଟିମରେ ଡ଼କ୍ଟର ସଂଜିବ ମିଶ୍ର, ସୁବ୍ରତ ପ୍ରଧାନ, ଅଶୋକ ପାଣିଗ୍ରାହୀ, ସ୍ମିତା ପଣ୍ଡା, ସତ୍ୟସାଇ ପଣ୍ଡା, ଶ୍ୱେତାଲାନା ପଣ୍ଡା, ସୁଶ୍ରୀ ବେହେରା, ସୁବ୍ରତ ପ୍ରଧାନ, ଗୀତାରାଣୀ ଚୌବେ ପ୍ରମୁଖ ରହିଛନ୍ତି । ଏହି ଅଧ୍ୟୟନରେ ଏପ୍ରିଲ ୧ ତାରିଖ ୨୦୨୦ରୁ ସେପ୍ଟମ୍ବର ୩୦ ତାରିଖ ଲକଡ଼ାଉନ ଭିତରେ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟକୁ ବିଶ୍ଳେଷଣ କରାଯାଇଥିଲା । ଏହି ସମୟରେ ୮୯୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୪୦ ଜଣ ଆତ୍ମହତ୍ୟା କରିଥିଲେ ।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆତ୍ମହତ୍ୟା ଯୋଗୁଁ ମୃତ୍ୟୁହାର ୩୮୨ ପ୍ରତିଶତ ରହିଥିଲା । ସାତ ବର୍ଷ ଭିତରେ ସମାନ ମୃତ୍ୟୁହାର ୯୪ ପ୍ରତିଶତ ରହିଥିବା ବେଳେ ଏହି ମୃତ୍ୟୁହାର ଯଥେଷ୍ଟ ଅଧିକ ବୋଲି ଡ଼କ୍ଟର ସଂଜିବ ମିଶ୍ର କହିଛନ୍ତି । ଅଧିକାଂଶ ମୃତକ ୩୦ ବର୍ଷ ବୟସ୍କ ଥିବା ବେଳେ ତେଣୁ ଅକାଳ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ଡ଼କ୍ଟର ।