ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ନିକଟରୁ ମିଳିଲା ସୁଇସାଇଡ ନୋଟ୍: ପକେଟରୁ ସୁଇସାଇଡ ନୋଟ ଜବତ କଲା ପୋଲିସ

1,279

କନକ ବ୍ୟୁରୋ: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ନିକଟରୁ ସୁଇସାଇଡ ନୋଟ ଜବତ କରାଯାଇଛି । ପୋଷ୍ଟମର୍ଟମ ବେଳେ ତାଙ୍କ ପକେଟରୁ ଏହି ସୁଇସାଇଡ ନୋଟ୍ ଜବତ କରିଛି ପୋଲିସ । ରଶ୍ମିରେଖାଙ୍କ ମୃତ୍ୟୁର ୧୬ ଦିନ ପରେ ସନ୍ତୋଷ ଆତ୍ମହତ୍ୟା କରିଛନ୍ତି । ରାଉରକେଲା ବାସନ୍ତୀ କଲୋନୀ ସ୍ଥିତ ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପଡୋଶୀଙ୍କଠାରୁ ଖବର ପାଇବା ପରେ ଉଦିତ ନଗର ଥାନା ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ କରାଯାଇଥିଲା । ଜଗତସିଂହପୁର ତିର୍ତୋଲ ଥାନା ସଙ୍କେତ ପାଟଣା ଗାଁରେ ରଶ୍ମୀରେଖାଙ୍କ ଘର । ସନ୍ତୋଷ ଓ ରଶ୍ମୀରେଖା ଦୀର୍ଘ ଦିନ ହେବ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଭଡା ଘରେ ଲିଭ୍-ଇନ୍ରେ ରହୁଥିଲେ । ଗତ ଜୁନ୍ ୧୯ ତାରିଖ ସଂଧ୍ୟାରେ ରଶ୍ମୀରେଖା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାରେ ଦୁଇ ପୁରୁଷ ବନ୍ଧୁ ରାଜା ଓ ସନ୍ତୋଷଙ୍କୁ ଅନେକ ଥର ମୁହାଁମୁହିଁ ଜେରା କରିଥିଲା ପୋଲିସ । ହେଲେ ହଠାତ୍ ସନ୍ତୋଷ ଆତ୍ମହତ୍ୟା କରିବା ରହସ୍ୟକୁ ଅଧିକ ଘନୀଭୂତ କରିଛି । ଏନେଇ ଉଦିତନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ସନ୍ତୋଷଙ୍କ ପକେଟରେ ସୁଇସାଇଡ ନୋଟ୍
– ସନ୍ତୋଷଙ୍କ ପକେଟରୁ ମିଳିଲା ସୁଇସାଇଡ ନୋଟ୍
– ଆରଜିଏଚର ଶବ ଗୃହରେ ପୋଷ୍ଟମର୍ଟମ ବେଳେ ମିଳିଲା ସୁଇସାଇଡ ନୋଟ୍
– ସୁଇସାଇଡ ନୋଟ୍ ଜବତ କଲା ଉଦିତନଗର ପୋଲିସ
– ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସୁଇସାଇଡ ନୋଟରେ ଲେଖାଯାଇଛି
– ସୂଚନା ଅନୁସାରେ ରଶ୍ମୀରେଖା ଆତ୍ମହତ୍ୟା ମାମଲାରେ ତାଙ୍କ ମାଆ-ବାପାଙ୍କୁ ଜଡିତ ନକରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି ସନ୍ତୋଷ
– ରଶ୍ମୀରେଖା ଆତ୍ମହତ୍ୟା ମାମଲାରେ ସନ୍ତୋଷଙ୍କୁ ଜାମିନ ମିଳିଥିଲା
– ଜାମିନ ପାଇବା ପରେ ଘରକୁ ଯାଇଥିଲେ ସନ୍ତୋଷ
– ରାଉରକେଲା ବାସନ୍ତୀ କଲୋନୀ ସ୍ଥିତ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି

ସ୍ୱାମୀ-ସ୍ତ୍ରୀ ପରି ଚଳୁଥିଲେ ସନ୍ତୋଷ ଓ ରଶ୍ମୀରେଖା
-ଟେଲି ଅଭିନେତ୍ରୀ ରଶ୍ମୀରେଖା ଓ ସନ୍ତୋଷ ପାତ୍ର ସ୍ୱାମୀ-ସ୍ତ୍ରୀ ପରି ଚଳୁଥିଲେ
-ଭୁବନେଶ୍ୱର ନୟାପଲ୍ଲୀ ଗଡ଼ସାହିର ଭଡ଼ା ଘରେ ରହୁଥିଲେ
-ଭଡ଼ା ଘରେ ରଶ୍ମୀରେଖା ଓ ସନ୍ତୋଷ ଏକାଠି ରହୁଥିଲେ
-ଦେଢମାସ ହେବ ସ୍ୱାମୀର ପରିଚୟ ଦେଇ ସନ୍ତୋଷ ପାତ୍ରଙ୍କ ସହ ରହୁଥିଲେ ରଶ୍ମୀରେଖା
-ରଶ୍ମୀରେଖା ନିକଟରୁ ମିଳିଥିଲା ସୁଇସାଇଡ ନୋଟ୍
-ସୁଇସାଇଡ ନୋଟ୍ରେ କାହାକୁ ଦାୟୀ କରିନଥିଲେ ରଶ୍ମୀରେଖା
-ରଶ୍ମୀରେଖାଙ୍କ ପରିବାର ଲୋକେ ସନ୍ତୋଷଙ୍କୁ ଦାୟୀ କରି ଅଭିଯୋଗ କରିଥିଲେ