ଗୋବିନ୍ଦଙ୍କ ପକେଟରୁ ବାହାରିଲା ଏନଭଲପ । ସୁଇସାଇଡ ନୋଟରେ କଣ ଲେଖିଛନ୍ତି ଗୋବିନ୍ଦ, ବଢିଲା ସସପେନ୍ସ?

ଗୋବିନ୍ଦଙ୍କ ପକେଟରୁ ବାହାରିଲା ଏନଭଲପ । ସୁଇସାଇଡ ନୋଟରେ କଣ ଲେଖିଛନ୍ତି ଗୋବିନ୍ଦ, ବଢିଲା ସସପେନ୍ସ?

କନକ ବ୍ୟୁରୋ : ଜେଲ ଭିତରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ଏସବୁ ଭିତରେ ଗୋବିନ୍ଦଙ୍କ ପକେଟରୁ ଦୁଇ ପୃଷ୍ଠାର ସୁଇସାଇଡ ନୋଟ ମିଳିଛି । କଂଟାବାଝି ମେଡିକାଲରେ ପଂଚନାମା ସମୟରେ ଗୋବିନ୍ଦଙ୍କ ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ ମିଳିଛି । ସେହି ଏନଭଲପକୁ କ୍ରାଇମବ୍ରାଞ୍ଚ ଟିମକୁ ପୁଲିସ ଦେଇଥିବା ପରିବାର ଲୋକ କହିଛନ୍ତି ।

ଗୋବିନ୍ଦ ସାହୁଙ୍କ ମରଶରୀର ପାଖରୁ ଏନଭଲପ ମିଳିବା ପରେ ସସପେନ୍ସ ବଢିଛି । ଏହି ସୁଇସାଇଡ ନୋଟ ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି । ଏଥିରେ କ’ଣ ଲେଖା ହୋଇଛି ଓ ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ସମ୍ଭବତଃ ଏ ସଂପର୍କରେ ଲେଖା ଯାଇପାରିଥାଏ ବୋଲି କୁହାଯାଉଛି । ତେବେ ପୁଲିସ୍ ଏହି ସୁଇସାଇଡ୍ ନୋଟକୁ ଚପାଇବ ନା’ ତଦନ୍ତ ପରିସରକୁ ଆଣିବ ବୋଲି ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଏନେଇ ପୁଲିସ ମୁହଁ ଖୋଲୁ ନାହିଁ । ତେଣୁ ଆଜି ମର ଶରୀରର ଶବ ବ୍ୟବଚ୍ଛେଦ ପରେ ଆସିବାକୁ ଥିବା ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପଟେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଗୋବିନ୍ଦ ସାହୁଙ୍କର ଶବ ବ୍ୟବଚ୍ଛେଦ ଚାଲିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହେଉଛି । ଏପରିକି ପୋଷ୍ଟ ମୋର୍ଟମର ଭିଡିଓଗ୍ରାଫି ମଧ୍ୟ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe