ମାଲକାନଗିରିରେ ଝୁଲନ୍ତା ଅବସ୍ଥାରେ ୨ମୃତଦେହ ଠାବ : ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା କରିଥିବା ଆଶଙ୍କା

Advertisment
ମାଲକାନଗିରିରେ ଝୁଲନ୍ତା ଅବସ୍ଥାରେ ୨ମୃତଦେହ ଠାବ : ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା କରିଥିବା ଆଶଙ୍କା

କନକ ବ୍ୟୁରୋ : ମାଲକାନଗିରିରେ ଝୁଲନ୍ତା ଅବସ୍ଥାରେ ୨ମୃତଦେହ ଠାବ । ସହର ନିକଟରେ ଥିବା ଏକ ମନ୍ଦିର କଡ଼ ବରଗଛରୁ ଉଦ୍ଧାର ହୋଇଛି ୨ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ୨ଜଣ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ୟ ହୋଇନଥିବା ସୂଚନା ଦେଇଛନ୍ତି ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ।

ତେବେ ପାରିପାଶ୍ୱିକ ସ୍ଥିତିରୁ ଯାହା ଜଣାପଡ଼ୁଛି ମୃତକ ୨ଜଣ ପ୍ରେମୀ ଯୁଗଳ । ଏବଂ ବିବାହ କରିବା ପରେ ମନ୍ଦିର ନିକଟରେ ଥିବା ଗଛରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ମାଲକାନଗିରି ପୁଲିସ୍ ପହଂଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କ’ଣ ପାଇଁ ଦୁହେଁ ଆତ୍ମହତ୍ୟା କଲେ ସେନେଇ ଛାନବିନ୍ ଆରମ୍ଭ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe