କନକ ବ୍ୟୁରୋ : ମାଲକାନଗିରିରେ ଝୁଲନ୍ତା ଅବସ୍ଥାରେ ୨ମୃତଦେହ ଠାବ । ସହର ନିକଟରେ ଥିବା ଏକ ମନ୍ଦିର କଡ଼ ବରଗଛରୁ ଉଦ୍ଧାର ହୋଇଛି ୨ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ୨ଜଣ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ୟ ହୋଇନଥିବା ସୂଚନା ଦେଇଛନ୍ତି ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ।
ତେବେ ପାରିପାଶ୍ୱିକ ସ୍ଥିତିରୁ ଯାହା ଜଣାପଡ଼ୁଛି ମୃତକ ୨ଜଣ ପ୍ରେମୀ ଯୁଗଳ । ଏବଂ ବିବାହ କରିବା ପରେ ମନ୍ଦିର ନିକଟରେ ଥିବା ଗଛରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ମାଲକାନଗିରି ପୁଲିସ୍ ପହଂଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କ’ଣ ପାଇଁ ଦୁହେଁ ଆତ୍ମହତ୍ୟା କଲେ ସେନେଇ ଛାନବିନ୍ ଆରମ୍ଭ କରିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/16-26.jpg)