ବାସନ୍ଦ କରିଥିଲା ଗାଁ, ନ୍ୟାୟ ପାଇଁ ପୋଲିସ ପାଖକୁ ଦୌଡି ନିରାଶ ହେବା ପରେ… ଏସପି ଅଫିସ ଆଗରେ ଯୁବକଙ୍କ ଆତ୍ମାହୂତି ଉଦ୍ୟମ ।

228

କନକ ବ୍ୟୁରୋ: ନ୍ୟାୟ ଦାବିରେ ଯୁବକ ଆତ୍ମହୂତି ଉଦ୍ୟମ । ଗଞ୍ଜାମ ଏସପି ଅଫିସ ଆଗରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଦେହରେ ପେଟ୍ରୋଲ ଢାଳି ହୋଇ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉପସ୍ଥିତି ବୁଦ୍ଧି ଖଟାଇ ପୁଲିସ କର୍ମଚାରୀ ଯୁବକ ଜଳିଯାଉଥିବା ବେଳେ ଏକ କମ୍ବଳ ଘୋଡେଇ ନିଆଁକୁ ଆୟତ କରିଛନ୍ତି । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଆତ୍ମହୂତି ଉଦ୍ୟମ କରିଥିବା ଯୁବକ ଛତ୍ରପୁର ନିକଟ ବୋରଗାଁର ବାଦଲ ସାହୁ ବୋଲି ଜଣାପଡିଛି । ଗାଁରେ ତାଙ୍କୁ ବାସନ୍ଦ କରାଯାଇଥିବାରୁ ସେ ନ୍ୟାୟ ପାଇଁ ବାରମ୍ବାର ଗଞ୍ଜାମ ଏସପିଙ୍କ ନିକଟକୁ ଆସୁଥିଲେ । ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଅତିଷ୍ଠ ହୋଇ ଆଜି ଦେହରେ ପେଟ୍ରୋଲ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ ।