ଦୁଇ ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ : ୨ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି; ଛଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ଶତାଧିକ ଏଏନଏମ କର୍ମୀ

253

କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଥିବା ବେଳେ ୨ ଏଏନଏମ କର୍ମୀଙ୍କ ଆତ୍ମହୂତି ଉଦ୍ୟମ । କିରୋସିନ ଢାଳି ନିଆଁ ଲଗାଇବାକୁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଏଏନଏମ କର୍ମୀ ଉଦ୍ଧାର କରଛନ୍ତି । ଛଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ଶତାଧିକ ସ୍ୱାସ୍ଥ୍ୟ କର୍ମୀ ।

ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା । କୋଭିଡ କେୟାର ସେଂଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଦେଖାଶୁଣା ପାଇଁ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୯୦ ଦିନିଆ ଚୁକ୍ତିଭିତିକ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ହେଲେ ଏମାନଙ୍କୁ ଛଟେଇ କରିଦିଆଯାଇଥିଲା । ସ୍ଥାୟୀ ନିଯୁକ୍ତି ଓ ଦରମା ଦାବିରେ ଏଏନଏମ କର୍ମୀ ଏବେ ରାଜରାସ୍ତାରେ ଅନଶନରେ ବସିଛନ୍ତି ।