କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା । ବିଶ୍ୱବିଦ୍ୟାଳୟର ପରିଜା ଲାଇବ୍ରେରୀର ଛାତ ଉପରକୁ ଚଢି ଯୁବକଙ୍କ ଉନ୍ମତ କାଣ୍ଡ । ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଯୁବକ ଜଣକ ଧମକ ଦେଉଛନ୍ତି । ତେବେ କାହିଁକି ଯୁବକ ଏଭଳି ନିଷ୍ପତି ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏପରିକି ଯୁବକ ଜଣଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।
ଯୁବକ ଜଣକ ଛାତ ଉପରେ ଛିଡା ହୋଇ ଆତ୍ମହତ୍ୟା ଧମକ ଦେଉଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଜୋର ଲଗାଇଦେଇଛି ଅଗ୍ନିଶମ ବିଭାଗ । ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍ ଯୁବକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବା ମାତ୍ରେ ଯୁବକ ଜଣଙ୍କ ତଳକୁ ଡେଇଁପଡିବାକୁ ଉଦ୍ୟତ ହେଉଛନ୍ତି । ଏପରିକି ବାରମ୍ବାର ବୁଝାଇବା ପରେ ମଧ୍ୟ ବୁଝୁନାହାନ୍ତି ଯୁବକ । ପ୍ରାୟ ୨ ଘଣ୍ଟା ଧରି ଯୁବକ ଜଣଙ୍କ ଏଭଳି ହାଇଡ୍ରାମା କରୁଥିବା ବେଳେ ଏଯାଏଁ ଉଦ୍ଧାର କାର୍ଯ୍ୟରେ ସଫଳ ହୋଇପାରିନାହିଁ ଅଗ୍ନିଶମ ବିଭାଗ ।
ଆସନ୍ତାକାଲି ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବଲି ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଯୁବକଙ୍କ ଆତ୍ମହତ୍ୟା ଧମକ ଏହା ଉପରେ ବଡ ପ୍ରଭାବ ପକାଇପାରେ । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଯୁବକ ଜଣକ ଆତ୍ମହତ୍ୟାର ଧମକ ଦେଉଛନ୍ତି ତାହା ଏଯାଏଁ ଜଣାପଡିନାହିଁ । ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଯୁବକ ଜଣକ ବାଣୀବିହାରର ଛାତ୍ର ନୁହେଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-22-at-1.27.10-PM.png)