କନକ ବ୍ୟୁରୋ: ବାପାଙ୍କ ପରେ ଏବେ ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇବେ ଝିଅ । ଖୁବ ଶିଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶାହାରୁଖଙ୍କ ଝିଅ ସୁହାନା । । ଏହି ଖବର ଅନେକ ଦିନ ଧରି ଶୁଣିବାକୁ ମିଳୁଥିବାବେଳେ ଏବେ ଏହି ଖବର ସ୍ପଷ୍ଟ ହୋଇଛି ।

Advertisment

ନିର୍ଦ୍ଦେଶିକା ଜୋୟା ଅଖତର ସୁହାନାଙ୍କୁ ଫିଲ୍ମରେ ବ୍ରେକ୍ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ସୁହାନା ନିକଟରେ ଜୋୟାଙ୍କ ଅଫିସରୁ ବାହାରୁଥିବାର ଏକ ଫଟୋ ଭାଇରାଲ ହେଉଛି । ସୁହାନା ନ୍ୟୁୟର୍କରେ ଅଭିନୟରେ ପାଠ୍ୟକ୍ରମ ଶେଷ କରିଛନ୍ତି । ସେ ଗତ ବର୍ଷ ନ୍ୟୁୟର୍କରୁ ଭାରତ ଆସିଛନ୍ତି । ସେ ଅନେକ ଭିଡିଓରେ ଓ ଛୋଟ ଚଳଚ୍ଚିତ୍ରରେ ମଧ୍ୟ ରୋଲ କରିଛନ୍ତି । ସୁହାନା ବଲିଉଡରେ ଅଭିନୟ କରିବାକୁ ଇଚ୍ଛୁକ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଶହାରୁଖ ।