କନକ ବ୍ୟୁରୋ : ମଣିଷ ନାହାନ୍ତି, ମଇଁଷି କି ବଳଦ ନାହାନ୍ତି । ମଣିଷର ବିନା ସହାୟତାରେ ଗୋଲଗୋଲ ଘୁରୁଛି ମେସିନ୍ । ପେଡି ହେଉଛି ଆଖୁ, ବାହାରୁଛି ରସ । ଖରାଦିନେ ଆଖୁରସ ପାଇଁ ଗ୍ରାହକଙ୍କ ଆଗ୍ରହ ବଢୁଥିବା ବେଳେ ଅତ୍ୟାଧୁନିକ ପ୍ରଣାଳୀରେ ଆଖୁ ସର ବାହାର କରି ବିକ୍ରି କରୁଛନ୍ତି ଯୁବଚାଷୀ । ୨ ବର୍ଷ ହେବ ପାୱାର ଟିଲରରେ ଆଖୁ ପେଡି ଚର୍ଚ୍ଚାକୁ ଆସିଛନ୍ତି ବାଲେଶ୍ୱର ନୀଳଗିରି ବ୍ଲକ ତେନ୍ତୁଳିଆ ଗାଁର ଯୁବଚାଷୀ ।

Advertisment

ଖରାରେ ଆଖୁ ରସ ବାଟୋଇଙ୍କ ଶୋଷ ମେଂଟାଉଥିବା ବେଳେ ପିଠା ପାଇଁ କିଣି ନେଉଛନ୍ତି ସ୍ଥାନୀୟ ଲୋକ । ତେବେ ଆଗରୁ ଆଖୁ ପେଡିବା ପାଇଁ ଚାଷୀଙ୍କ ଅଧିକ ଖର୍ଚ କରିବାକୁ ପଡୁଥିଲା । ତେଣୁ ଲୋକେ ଆଖୁ ଚାଷରୁ ମୁହଁ ଫେରାଉଥିଲେ । ହେଲେ ଏବେ ଯୁବଚାଷୀଙ୍କ ନୂଆ ପ୍ରାଣଳୀ ଦେଖି ପୁଣି ଆଖୁ ଚାଷ କରୁଛନ୍ତି । କମ୍ ଖର୍ଚରେ ଆଖୁ ରସ ବାହାର କରି ବିକ୍ରି କରୁଛନ୍ତି ।