କନକ ବ୍ୟୁରୋ: ମିଠାର ପାଶ୍ୱର୍ ପ୍ରତିକ୍ରିୟାରୁ ବଞ୍ଚିବା ପାଇଁ ଲୋକେ ସୁଗର ଫ୍ରି ସ୍ୱିଟନରର୍ସର ବ୍ୟବହାର କରିଥାନ୍ତି । ଆମେ ସମସ୍ତେ ମାନିଥାଉ ଯେ, ଏଥି ଯୋଗୁ ଶରୀରରେ ସୁଗରର ମାତ୍ରାକୁ ବଢିବାକୁ ଦେଇନଥାଏ । ଏହା ବାଦ ଶରୀରରେ କୌଣସି କ୍ଷତି ହେବାକୁ ଦେଇନଥାଏ । ତେବେ ବାସ୍ତବ କଥା କିନ୍ତୁ ଭିନ୍ନ । ସୁଗର ଫ୍ରି ସ୍ୱିଟନରର୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେବ । ଗବେଷଣାରେ କୁହାଯାଇଛି ଯେ, ଏହି ସୁଗର ଫ୍ରି ସ୍ୱିଟନରର୍ସ ଚିନି ତୁଳନାରେ ବହୁତ ଅଧିକ ମିଠା ହୋଇଥାଏ । ରିସର୍ଚ୍ଚ ରିପୋର୍ଟ ଅନୁସାରେ ଏହା ସତର୍କ ଘଣ୍ଟି ବଜାଇଛି ।

Advertisment

ସୁଗର ଫ୍ରି ସ୍ୱିଟନରର୍ସ କଣ?
ସାଧାରଣ ଭାବେ ଚିନି ଦ୍ୱାରା ତିନିଟି ଅସୁବିଧାର ସାମ୍ନା କରିଥାଏ ମଣିଷ । ଏହା ଦ୍ୱାରା ଓଜନ ବଢିଥାଏ, ରକ୍ତ ଚାପ ତଥା ଦାନ୍ତ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଚିନିର ବିକଳ୍ପ ଭାବେ ସୁଗର ଫ୍ରି ସ୍ୱିଟନରର୍ସକୁ ବ୍ୟବହାର କରାଯାଇଥାଏ । ଗତ କିଛି ବର୍ଷ ଧରି ଏହା ବ୍ୟବହାର ମଧ୍ୟ ବଢିବାରେ ଲାଗିଥିଲା । ଡାଇବେଟିସ ବା ମଧମେୟ ରୋଗୀ ଏହି ସୁଗର ଫ୍ରି- ସ୍ୱିଟନରର୍ସ ବ୍ୟବହାର କରିଥାନ୍ତି । କାରଣ ଏହା ଦ୍ୱାରା ରକ୍ତଚାପ ବଢିନଥାଏ । ଦାବି ଏହା ମଧ୍ୟ କରାଯାଇଯେ ଏଥିରେ କ୍ୟାଲୋରୀ ଶୂନ୍ୟ ଥାଏ । ତେଣୁ ଲୋକେ ଏହାକୁ ବହୁଳ ଭାବରେ ବ୍ୟବହାର କରାଯାଇଥାଏ ।

ରିସର୍ଚ୍ଚ ରିପୋର୍ଟର ୩ଟି ବଡ କଥା
୧ . ଚିନିଠାରୁ ୨୦ ହଜାର ଗୁଣା ଅଧିକ ମିଠା ସ୍ୱିଟନରର୍ସ: ‘ହୁ’୨୦୨୧ରେ ଆମେରିକା ଏବଂ ହଂକଂରେ ମିଳୁଥିବା କିଛି ଜିନିଷର ଯାଞ୍ଚ କରିଥିଲେ ଯେଉଁଥିରେ ସ୍ୱିଟନରର୍ସ ସାମିଲ ରହିଥିଲା । ଏଥିର ଜଣାପଡିଥିଲା ଯେ ହଂକଂରେ ଚୁଇଗଂମ, ସାଲାଡ ଡ୍ରେସିଙ୍ଗସ, କୋଲଡ୍ରିଗ୍ସ, ବ୍ରେଡ୍ ଏବଂ ନୁଡଲ୍ସରେ ଏହାର ବ୍ୟବହାର କରାଯାଇଥାଏ । ସେହିଭଳି ଆମେରିକାରେ ରିସର୍ଚ୍ଚ ଜଣାପଡିଥିଲା ଯେ, ଏଡୱାଣ୍ଟେମ୍ ସ୍ୱିଟନରର୍ସ ଚିନିଠାରୁ ୨୦ ହଜାର ଗୁଣା ଅଧିକ ମିଠା ।
୨ . ଲାଭ ନୁହେଁ ହେଉଛି କ୍ଷତି: ଅଧିକ ସ୍ୱିଟନରର୍ସ ନେବା କାରଣରୁ ଟାଇପ-୨ ଡାଇବେଟିସ ଏବଂ ହୃତଜନିତ ସମସ୍ୟା ବଢିଥାଏ । ସେହିଭଳି ସ୍ୱିଟଭିଆ ନାମକ ଏକ ସ୍ୱିଟନରର୍ସ ଶିଶୁଙ୍କ ଦାନ୍ତକୁ ଖରାପ କରିଦେଇଥାଏ । ଏହା ଶିଶୁଙ୍କ ପାଖରେ ସୁଗର ଫ୍ରି ପାନୀୟ ଭାବେ ପହଞ୍ଚିଥାଏ । ଏହାକୁ ପିଉଥିବା ଶିଶୁଙ୍କ ମଧ୍ୟରେ ପ୍ରତି ଦୁଇଜଣରେ ଦେଖିବାକୁ ମିଳିଥାଏ ।
୩ . ଏହାଠାରୁ ନିଜକୁ ଦୂରେଇ ରଖନ୍ତୁ: ହୁ ନିଜର ରିସର୍ଚ୍ଚ ରିପୋର୍ଟରେ ସ୍ୱିଟନରର୍ସର ବ୍ୟବହାରରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ଯେ ଏସପାର୍ଟେମ ଏବଂ ସ୍ୱିଟଭିଆ ଭଳି ସ୍ୱିଟନରର୍ସ ରକ୍ତ ତାପ ଉପରେ କୌଣସି ପ୍ରଭାବ ପକାଇପାରେ ନାହିଁ । ସେହିଭଳି ସୁକ୍ରଜୋଜ ଏବଂ ସାକାର୍ନ ରକ୍ତଚାପକୁ ବଢାଇବାରେ କାମ କରିଥାଏ ।

ଏନଜାଇଟି ବଢାଇଥାଏ ସୁଗର ଫ୍ରି ସ୍ୱିଟନରର୍ସ 

ସ୍ୱିଟନରର୍ସକୁ ନେଇ ହୋଇଥିବା ଅନ୍ୟ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଥାଏ ଯେ ଏହା ଏନଜାଇଟି ବା ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ବା ବ୍ୟସ୍ତତା ବଢାଇଦେଇଥାଏ । ଏହାର ବ୍ୟବହାର ବଡସ୍ତରରେ ସାରା ବିଶ୍ୱରେ ସଫ୍ଟ ପାନୀୟ ଏବଂ ଖାଦ୍ୟ ପଦାର୍ଥରେ ବ୍ୟବହାର କରାଯାଇଥାଏ । ଏନେଇ ଫ୍ଲୋରିଡାର ଷ୍ଟେଟ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚରୁ ତଥ୍ୟ ସାମ୍ନାକୁ ଆସିଛି ।