ଖରାଦିନେ ଖୁବ୍ ସ୍ୱାସ୍ଥ୍ୟକାରୀ ଆଖୁରସ କିନ୍ତୁ କିଛି ଲୋକଙ୍କ ପାଣି ଏହା ଅସୁବିଧାର କାରଣ ପାଲଟିପାରେ ! ଜାଣନ୍ତୁ କେଉଁ ରୋଗୀଙ୍କ ପାଇଁ ଉପସମ ନୁହେଁ ଆଖୁରସ ।

445

ଆଖୁରସରେ କାଲସିୟମ୍, ପଟାସିୟମ୍, ଆଇରନ୍, ମାଗ୍ନେସିୟମ ଓ ଫସଫରସ ଭଳି ଆବଶ୍ୟକୀୟ ପୋଷଣକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଏହା ଛଡା ଆଖୁ ରସ ଶରୀରରେ ରକ୍ତ ସଞ୍ଚାଳନକୁ ବି ଠିକ୍ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି କେତେକ ଅବସ୍ଥାରେ ଆଖୁ ରସ ପିଇବା ବର୍ଜନୀୟ । ଜାଣନ୍ତୁ କେଉଁ ଅବସ୍ଥାରେ ଆଖୁ ରସ ପିଇବା ଉଚିତ୍ ନୁହେଁ ।

• ଯଦି ଆପଣଙ୍କର ଓଜନ ଅଧିକ ହୋଇଥାଏ, ତେବେ ମଧ୍ୟ ଆଖୁରସ ପିଇବା ଅନୁଚିତ । କାରଣ ଏଥିରେ ଅଧିକ ମାତ୍ରାରେ କ୍ୟାଲୋରି ଓ ସୁଗାର୍ ଥାଏ, ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ।

• ଯଦି ଆପଣଙ୍କୁ କାଶ ହେଉଛି, ତେବେ ଆଖୁ ରସ ପିଇବା ଉଚିତ୍ ନୁହେଁ । ଏଭଳି ସମୟରେ ତାହା ପାନ କଲେ ଶରୀରରେ କଫର ସମସ୍ୟା ଦେଖାଯାଇଥାଏ ।

• ଯଦି ଆପଣଙ୍କ ପେଟ କାଟୁଥିବ, ତେବେ ବି ଆଖୁରସ ପିଇବା ଅନୁଚିତ ।