କନକ ବ୍ୟୁରୋ : ବଜାର ଖୋଜୁଛି ରାୟଗଡ଼ା ଆତ । ରୁତୁକାଳୀନ ଫଳ ଭାବେ ବର୍ତମାନ ସମୟରେ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ପ୍ରଚୁର ପରିମାଣର ଆତ ଅମଳ ହୋଇଥାଏ । ଏହି ଫଳକୁ ସଂଗ୍ରହ କରି ଆଦିବାସୀ ମହିଳା ମାନେ ରାସ୍ତାକଡ଼ରେ ଝୁଡିରେ ଧରି ବିକ୍ରି କରନ୍ତି । ଏଥିରେ ସେମାନେ ନିଜର ଗୁଜୁରାଣ ମେଂଟାଇଥାଆନ୍ତି । ଏହାର ଚାହିଦା ପଡୋଶୀ ରାଜ୍ୟ ସହ ଅନ୍ୟ ରାଜ୍ୟ ମାନଙ୍କରେ ରହିଛି କିନ୍ତୁ ସ୍ଥାନୀୟ ଅଂଚଳରେ ବଜାର ସୁବିଧା ନଥିବାରୁ ଉପଯୁକ୍ତ ମୁଲ୍ୟ ମିଳୁନଥିବା କହିଛନ୍ତି ବ୍ୟବସାୟୀ ।
ଜିଲ୍ଲା ପ୍ରଶାସନ ଏହାକୁ ସଂରକ୍ଷିତ ରଖିବା ପାଇଁ କୌଣସି ବ୍ୟବସ୍ଥା କରିନଥିବାରୁ ସମସ୍ୟା ଭୋଗୁଛନ୍ତି ବ୍ୟବସାୟୀ । ବିଶେଷକରି ଏହି ଗଛ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆପେ ଆପେ ଉଠିଥାଏ । ଏପରିକି କିଛି ଲୋକ ମଧ୍ୟ ଏହି ଚାଷ କରିଥାଆନ୍ତି । କିନ୍ତୁ ସ୍ଥାନୀୟ ଅଂଚଳରେ ଚାଷୀ ଓ ବ୍ୟବସାୟୀଙ୍କୁ ଉଚିତ୍ ମୂଲ୍ୟ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/Screen-shot-2022-12-25-at-7.35.36-PM.jpg)