କନକ ବ୍ୟୁରୋ: ରନ୍ ଫର୍ ହୋପ୍ ଦୌଡରେ ବାହାରିଛନ୍ତି ରାଜସ୍ତାନୀ ଝିଅ ସୁଫିଆ ଖାନ । ଇଣ୍ଡିଆନ ଗୋଲଡେନ୍ କ୍ୱାଡ୍ରିଆଲେଟେରାଲ ରନ୍ ତରଫରୁ ଦେଶରେ ଭାଇଚାରା ଓ ସଦଭାବନା ସୃଷ୍ଟି କରିବାକୁ ଦୌଡିବାକୁ ବାହାରିଛନ୍ତି ସୁଫିଆ । ସେ ଦେଶର ଚାରୋଟି ମେଟ୍ରୋ ସିଟି ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ଦୌଡିବାକୁ ବାହାରିଥିବା ବେଳେ ଦୁଇଟି ସିଟି ଦିଲ୍ଲୀ ଓ ମୁମ୍ବାଇ ଅତିକ୍ରମ କରି ଏବେ କୋଲକତା ଅଭିମୁଖେ ବାହାରିଛନ୍ତି ।

Advertisment

ଆଜି ଖଲ୍ଲିକୋଟ ଜାତୀୟ ରାଜପଥ ଦେଇ କୋଲକାତା ଅଭିମୁଖେ ଯାଉଥିବା ବେଳେ ଦେଶରେ ଭାଇଚାର ସୃଷ୍ଟି କାରିବା ପାଇଁ ସେ ଏହି ଦୌଡରେ ବାହାରିଛନ୍ତି ବୋଲି କହିଛନ୍ତି ସୁଫିଆ  । ଏହି ଦୌଡକୁ ୧୩୫ ଦିନରେ ଶେଷ କାରିବାକୁ ସମୟ ଥିବା  ବେଳେ ସେ ଏହାକୁ ୧୨୦ ଦିନରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ଆଗକୁ ଗିନିଜ ବୁକ ଅଫ ରେକର୍ଡ କରିବ ବୋଲି ସୁଫିଆ କହିଛନ୍ତି  । ଆଗରୁ ମଧ ସୁଫିଆ ଦେଶରେ ଭାଇଚାରା ସୃଷ୍ଟି କରିବା ପାଇଁ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡିଥିବା ସୂଚନା ରହିଛି  ।