କନକ ବ୍ୟୁରୋ: ରନ୍ ଫର୍ ହୋପ୍ ଦୌଡରେ ବାହାରିଛନ୍ତି ରାଜସ୍ତାନୀ ଝିଅ ସୁଫିଆ ଖାନ । ଇଣ୍ଡିଆନ ଗୋଲଡେନ୍ କ୍ୱାଡ୍ରିଆଲେଟେରାଲ ରନ୍ ତରଫରୁ ଦେଶରେ ଭାଇଚାରା ଓ ସଦଭାବନା ସୃଷ୍ଟି କରିବାକୁ ଦୌଡିବାକୁ ବାହାରିଛନ୍ତି ସୁଫିଆ । ସେ ଦେଶର ଚାରୋଟି ମେଟ୍ରୋ ସିଟି ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ଦୌଡିବାକୁ ବାହାରିଥିବା ବେଳେ ଦୁଇଟି ସିଟି ଦିଲ୍ଲୀ ଓ ମୁମ୍ବାଇ ଅତିକ୍ରମ କରି ଏବେ କୋଲକତା ଅଭିମୁଖେ ବାହାରିଛନ୍ତି ।
ଆଜି ଖଲ୍ଲିକୋଟ ଜାତୀୟ ରାଜପଥ ଦେଇ କୋଲକାତା ଅଭିମୁଖେ ଯାଉଥିବା ବେଳେ ଦେଶରେ ଭାଇଚାର ସୃଷ୍ଟି କାରିବା ପାଇଁ ସେ ଏହି ଦୌଡରେ ବାହାରିଛନ୍ତି ବୋଲି କହିଛନ୍ତି ସୁଫିଆ । ଏହି ଦୌଡକୁ ୧୩୫ ଦିନରେ ଶେଷ କାରିବାକୁ ସମୟ ଥିବା ବେଳେ ସେ ଏହାକୁ ୧୨୦ ଦିନରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ଆଗକୁ ଗିନିଜ ବୁକ ଅଫ ରେକର୍ଡ କରିବ ବୋଲି ସୁଫିଆ କହିଛନ୍ତି । ଆଗରୁ ମଧ ସୁଫିଆ ଦେଶରେ ଭାଇଚାରା ସୃଷ୍ଟି କରିବା ପାଇଁ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡିଥିବା ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/vlcsnap-2021-03-01-22h18m34s249.png)