ମୁକ୍ତ ହେଲା ମାଲବାହୀ ଜାହାଜ ଏଭର ଗିଭେନ୍ : ସ୍ୱେଜ କେନାଲରୁ ଟଳିଲା ସଂକଟ; ଏବେ ଗନ୍ତବ୍ୟ ସ୍ଥଳ ଅଭିମୁଖ୍ୟ ବଢ଼ି ଚାଲିଛି ଜଳଯାନ

ପ୍ରାୟ ଗୋଟିଏ ସପ୍ତାହ ପରେ ଆଶ୍ୱସ୍ତ ହେଲେ କେନାଲ କର୍ତୃପକ୍ଷ

142

କନକ ବ୍ୟୁରୋ : ଟଳିଗଲା ଜାହାଜ ସଂକଟ । ମୁକ୍ତ ହେଲା ସୁଏଜ୍ କେନାଲରେ ଫାଶି ରହିଥିବା ମାଲବାହୀ ଜାହାଜ । ଏହା ସହିତ ଏସିଆ ମହାଦେଶରୁ ୟୁରୋପ ମହାଦେଶକୁ ଜଳପଥରେ ଯୋଡୁଥିବା ଇଜିପ୍ଟର ସୁଏଜ କେନାଲରେ ଅଚଳାବସ୍ଥା ଦୂର ହୋଇଛି । ବିଶ୍ୱ ସମୁଦାୟର ପରିବହନ ବାଣିଜ୍ୟ କାରବାର ଉପରେ ଗମ୍ଭୀର ପ୍ରଭାବ ପକାଇଥିବା ଏଭର ଗିଭେନ ଜାହାଜ, ସ୍ୱେଜ କେନାଲରୁ ମୁକ୍ତ ହେବା ପରେ ଏବେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଆଗକୁ ବଢୁଛି ।

ଏହା ପୂର୍ବରୁ କୂଳରୁ ହଟାଯିବା ପରେ ଜାହାଜକୁ ୮୦ ପ୍ରତିଶତ ସଠିକ ମୋଡ ଦେବାକୁ ସଫଳ ହୋଇଥିଲେ କେନାଲ କର୍ତୃପକ୍ଷ । ଏକ ବଡ ଜୁଆର ଆସିବା ପରେ ଜାହାଜକୁ ଠେଲି କେନାଲର ମଝିକୁ ଆଣିବା ପରେ ଆଗକୁ ଆଗକୁ ବଢି ଚାଲିଛି, ତାଇୱାନର ଏଭର ଗିଭେନ ଜାହାଜ । ଲଗାତାର ୬ଦିନ କାଳ ସୁଏଜ କେନାଲରେ ଯାତାୟତକୁ ଠପ୍ କରିଦେଇଥିଲା ଏହି ଜାହାଜ ।  ପଣ୍ୟବାହୀ ଜାହାଜ ଆଗକୁ ଭାସିିବା ଖବର ଜଳ ପଥରେ ପରିବହନ କାରବାର କରୁଥିବା କଂପାନୀଙ୍କୁ ଆଶ୍ୱସ୍ତି ଆଣିଦେଇଛି ।