କନକ ବ୍ୟୁରୋ : ଟଳିଗଲା ଜାହାଜ ସଂକଟ । ମୁକ୍ତ ହେଲା ସୁଏଜ୍ କେନାଲରେ ଫାଶି ରହିଥିବା ମାଲବାହୀ ଜାହାଜ । ଏହା ସହିତ ଏସିଆ ମହାଦେଶରୁ ୟୁରୋପ ମହାଦେଶକୁ ଜଳପଥରେ ଯୋଡୁଥିବା ଇଜିପ୍ଟର ସୁଏଜ କେନାଲରେ ଅଚଳାବସ୍ଥା ଦୂର ହୋଇଛି । ବିଶ୍ୱ ସମୁଦାୟର ପରିବହନ ବାଣିଜ୍ୟ କାରବାର ଉପରେ ଗମ୍ଭୀର ପ୍ରଭାବ ପକାଇଥିବା ଏଭର ଗିଭେନ ଜାହାଜ, ସ୍ୱେଜ କେନାଲରୁ ମୁକ୍ତ ହେବା ପରେ ଏବେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଆଗକୁ ବଢୁଛି ।
ଏହା ପୂର୍ବରୁ କୂଳରୁ ହଟାଯିବା ପରେ ଜାହାଜକୁ ୮୦ ପ୍ରତିଶତ ସଠିକ ମୋଡ ଦେବାକୁ ସଫଳ ହୋଇଥିଲେ କେନାଲ କର୍ତୃପକ୍ଷ । ଏକ ବଡ ଜୁଆର ଆସିବା ପରେ ଜାହାଜକୁ ଠେଲି କେନାଲର ମଝିକୁ ଆଣିବା ପରେ ଆଗକୁ ଆଗକୁ ବଢି ଚାଲିଛି, ତାଇୱାନର ଏଭର ଗିଭେନ ଜାହାଜ । ଲଗାତାର ୬ଦିନ କାଳ ସୁଏଜ କେନାଲରେ ଯାତାୟତକୁ ଠପ୍ କରିଦେଇଥିଲା ଏହି ଜାହାଜ । ପଣ୍ୟବାହୀ ଜାହାଜ ଆଗକୁ ଭାସିିବା ଖବର ଜଳ ପଥରେ ପରିବହନ କାରବାର କରୁଥିବା କଂପାନୀଙ୍କୁ ଆଶ୍ୱସ୍ତି ଆଣିଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/2-48.jpg)