ନିଜ ଘରେ ସୁରକ୍ଷିତ ରହିବାକୁ କଣ କରିବେ ? ସୁରକ୍ଷା ସୂତ୍ର ବତାଇଲେ ପୁଲିସ କମିସନର । କଟକରେ ବୃଦ୍ଧା ଦମ୍ପତିଙ୍କ ହତ୍ୟାକାଣ୍ଡ ପରେ ଛାନିଆ ବରିଷ୍ଠ ନାଗରିକ

ପୋଲିସ-ପବ୍ଲିକ ବୈଠକରେ ପୁଲିସ କମିସନରଙ୍କୁ ସୁରକ୍ଷା ମାଗିଲେ ବରିଷ୍ଠ ନାଗରିକ । ଘରେ ସିସିଟିଭି ଲଗାଇ ସତର୍କ ରହିବାକୁ ପରାମର୍ଶ ଦେଲେ ସୁଧାଂଶୁ ସଡଙ୍ଗୀ

547

କନକ ବ୍ୟୁରୋ: କଟକ ବେଲେଶ୍ୱର ମନ୍ଦିର ନିକଟରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା ଘଟଣା ପରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତା । କଟକ ସହରରେ ବରିଷ୍ଠ ନାଗରିକଙ୍କୁ ହେଉଥିବା ଆକ୍ରମଣ ରୋକିବାକୁ ତତ୍ପର ହୋଇଛି ପୋଲିସ । ବରିଷ୍ଠ ନାଗରିକଙ୍କ ସମସ୍ୟା ବୁଝିବା ସହ ସୁରକ୍ଷାର ସୂତ୍ର ବତାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

କେମିତି ସୁରକ୍ଷିତ ରହିବେ ବରିଷ୍ଠ ନାଗରିକ ? ନିଜ ଘରେ ସୁରକ୍ଷିତ ରହିବାକୁ କଣ କରିବେ ? ସୁରକ୍ଷା ସୂତ୍ର ବତାଇଲେ ପୁଲିସ କମିସନର । ବେଲେଶ୍ୱର ଦମ୍ପତିଙ୍କ ହତ୍ୟାକାଣ୍ଡ ପରେ କଟକରେ ଛାନିଆ ବରିଷ୍ଠ ନାଗରିକ । ସୁରକ୍ଷା ପାଇଁ ପୋଲିସକୁ ସହଯୋଗ ମାଗିଲେ ଭୟଭିତ ବରିଷ୍ଠ ନାଗରିକ । କଟକ ସହିଦ ଭବନରେ ଆୟୋଜିତ ପୋଲିସ-ପବ୍ଲିକ ବୈଠକରେ ବରିଷ୍ଠ ନାଗରିକଙ୍କ ଅଭିଯୋଗ ଶୁଣିବା ପରେ ସୁରକ୍ଷାର ସୂତ୍ର କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଘରେ ସିସିଟିଭି ଲଗାଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପୁଲିସ କମିସନର । ବରିଷ୍ଠ ନାଗରିକମାନେ ମଧ୍ୟ ଆତ୍ମରକ୍ଷା କୌଶଳ ଜାଣିବା ଦରକାର ବୋଲି ମତ ରଖିଛନ୍ତି ସୁଧାଂଶୁ ସଡଙ୍ଗୀ ।

ସେପଟେ ବେଲେଶ୍ୱର ହତ୍ୟାକାଣ୍ଡର ୫ ଦିନ ପରେ ବି ହତ୍ୟାକାରୀ ସଂପର୍କରେ ପୁଲିସ ଟେର ପାଉନଥିବା ବେଳେ ଏକୁଟିଆ ରହୁଥିବା ବୃଦ୍ଧ ଦମ୍ପତ୍ତିଙ୍କୁ ସୁରକ୍ଷା ଦେବାକୁ ଦାବି ହୋଇଛି । ପରିବାର ଲୋକଙ୍କ ସହ ଏବଂ ଏକୁଟିଆ ରହୁଥିବା ବୃଦ୍ଧ ଦମ୍ପତ୍ତିଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଉ । ସେମାନଙ୍କ ଘରକୁ ପୁଲିସ ନିୟମିତ ଭାବେ ପରିଦର୍ଶନ କରୁ ବୋଲି ପ୍ରସ୍ତାବ ଦିଆଯାଇଛି । ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଥାନାରେ ଥିବା ନୋଡାଲ ଅଫିସରଙ୍କୁ ଅଧିକ କ୍ରୀୟାଶୀଳ କରିବାକୁ କମିସନରଙ୍କ ପାଖରେ ଦାବି ହୋଇଛି ।

ତେବେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ପୋଲିସ କମିଶନର ଦେଇଥିବା ସୁରକ୍ଷା ସୂତ୍ର କେତେମାତ୍ରାରେ ସେମାନଙ୍କୁ ସୁରକ୍ଷିତ ରଖୁଛି ତାହା ଆଗାମୀ ସମୟରେ ହିଁ ଜଣାପଡିବ ।