ଗାଡି ଚାଳକଙ୍କ ପାଇଁ ବଡ ଖବର। ପୁଲିସ ଧରନ୍ତୁ ବା ନଧରନ୍ତୁ ନିୟମ ଭାଙ୍ଗିଲେ ନିଶ୍ଚୟ କଟିବ ଚାଲାଣ। ଡାକ ଯୋଗେ ଘରକୁ ପଠାଯିବ ଇ-ଚାଲାଣ। ସୁଧ ସହ ଚାଳକଙ୍କ ଦେବାକୁ ହେବ ଜରିମାନା

Advertisment
ଗାଡି ଚାଳକଙ୍କ ପାଇଁ ବଡ ଖବର। ପୁଲିସ ଧରନ୍ତୁ ବା ନଧରନ୍ତୁ ନିୟମ ଭାଙ୍ଗିଲେ ନିଶ୍ଚୟ କଟିବ ଚାଲାଣ। ଡାକ ଯୋଗେ ଘରକୁ ପଠାଯିବ ଇ-ଚାଲାଣ। ସୁଧ ସହ ଚାଳକଙ୍କ ଦେବାକୁ ହେବ ଜରିମାନା

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଯାଂଚ ହେବ କଡାକଡି । କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ଯାଂଚ ବେଳେ ଆଉ ସବୁ କିଛିକୁ କଡାକଡି ଭାବେ ପାଳନ କରାଯିବ । ନୂଆ ନିୟମ ଅନୁସାରେ ହେଲମେଟ୍ ନପିନ୍ଧି ଗାଡି ଚଳାଇଲେ ଚାଳକ ଗଣିବେ ଜୋରିମାନା । ସିଟ୍ ବେଲ୍ଟ ନପିନ୍ଧିଥିଲେ ବି ଗଣିବାକୁ ପଡିବ ତଣ୍ଡ । ବିଶେଷ ଭାବେ ଏହି ଯାଂଚ ବେଳେ ୧୦ଟି ଟ୍ରାଫିକ୍ ନିୟମର ଉଲଂଘନ କଲେ ଜରିମାନା ଗଣିବାକୁ ପଡିବ । ତେବେ ଆସନ୍ତାକାଲିଠାରୁ ଟୁଇନ ସିଟିରେ ଆରମ୍ଭ ହେବ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଚିହ୍ନଟ ବ୍ୟବସ୍ଥା(TVDS) । ଏନେଇ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ।

ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ପୁଲିସ ଧରି ନ ଥିଲେ ବି ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ଦେବାକୁ ପଡ଼ିବ । ତେବେ ନୂଆ ବ୍ୟବସ୍ଥା ଅନୁସାରେ, ସିସିଟିଭିରେ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ନମ୍ବର ପ୍ଲେଟ କଏଦ ହେବ ଆଉ ତାପରେ ଗାଡ଼ି ଚାଳକଙ୍କ ଘରକୁ ଡାକ ଯୋଗେ ଚାଲାଣ ପଠାଯିବ। ଆରଟିଓଙ୍କ ଖାତାରେ ସେହି ଜରିମାନା ଚଢ଼ିବ ଏବଂ ଟିକସ ଦେବା ବେଳେ ସୁଧ ସହ ଖିଲାପକାରୀ ଚାଳକ ତଣ୍ଡ ଗଣିବେ ବୋଲି କହିଛନ୍ତି ପୁଲିସ କମିସନର । ତେବେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ରୁପାଲି ଛକରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ଏବଂ ତାପରେ ଆଉ ୮ଟି ଛକରେ TVDS ଲାଗୁ ହେବ ବୋଲି କହିଛନ୍ତି ପୁଲିସ କମିସନର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ୩ ବର୍ଷ ଭିତରେ ଟ୍ରାଫିକ ପୋଷ୍ଟରୁ ପୁଲିସଙ୍କୁ ପ୍ରତ୍ୟାହାର କରାଯିବାର ଲକ୍ଷ୍ୟ ରଖାଯାଇଛି ।

ସେହିପରି ପୁଲିସ କମିଶନରଙ୍କ କହିବାନୁସାରେ, ଇମେସିନ ଦ୍ୱାରା ସମସ୍ତ ଚାଲାଣ କଟାଯିବ । ଏବଂ ମାନୁଆଲ କୌଣସି ଚାଲାଣ କଟାଯିବ ନାହିଁ । ତେବେ ଚାଲାଣ କଟାଯିବା ପରେ ସଂପୃକ୍ତ ଚାଳକଙ୍କୁ ଜରମାନା ପୈଠ କରି ଯେଉଁ ଉଲ୍ଲଂଘନ କରିଛନ୍ତି ତାର ରଫାଦଫା କରିବାକୁ ଟ୍ରାଫିକ୍ ପକ୍ଷରୁ ସୁଯୋଗ ଦିଆଯିବ । ସେ ଯଦି ଟଙ୍କା ସଙ୍ଗେ ସଙ୍ଗେ ଦେଇନପାରିବେ ତେବେ ପରବର୍ତ୍ତୀ ସମୟରେ କମିସନରେଟ ଅଫିସକୁ ଆସି ସେଠାରେ ସେ ଏହି ଟଙ୍କାକୁ ଜମା କରିପାରିବେ । ଯଦି ସେ ଟଙ୍କା ପୈଠ ନକରିବେ ତେବେ ଏହି ଜରିମାନା ଟଙ୍କା ତାଙ୍କ ଖାତାରେ ଚଢାଯିବ ଅର୍ଥାତ୍ ଯେତେବେଳେ ସେ ରୋଡ ନିକସ ଦେବାକୁ ବା ଗାଡିର ଓନର୍ସିପ ବଦଳାଇବାକୁ ଯିବେ ସେ ସମୟରେ ଏହି ଟଙ୍କାକୁ ସୁଧ ସହ ପରିଶୋଧ କରିବାକୁ ପଡିବ । ତେଣୁ ଭାବନ୍ତୁ ନାହିଁ କି ଆପଣ ଟ୍ରାଫିକ୍ ଉଲ୍ଲଂଘନ କରି ଖସି ଗଲେ ଚାଳକଙ୍କୁ ଆଉ ଜରିମାନା ଦେବାକୁ ପଡିବନି । କିନ୍ତୁ ଏଭଳି ଆଉ ଚଳିବନି । ଉଲ୍ଲଂଘନକାରୀଙ୍କ ନିକଟରୁ ଚାଲାଣ କଟାଯିବ ଆଉ ଏହି ଟଙ୍କାକୁ ତାଙ୍କୁ ସୁଧ ସହ ପରିଶୋଧ କରିବା ହେବ ।

ଏହାଛଡା ସିସିଟିଭି କଂଟ୍ରୋଲରୁମ ଜରିଆରେ ଚାଲାଣ ମଧ୍ୟ କଟାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ୍ କମିଶ୍ନର । ଅର୍ଥାତ୍ ଟ୍ରାଫିକ ପୁଲିସ ନଧରିଲେ ବି ସିସିଟିଭି ଆଧାରରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ଘରକୁ ଡାକ ଯୋଗେ ଇ-ଚାଲାଣ ପଠାଯିବ । ନିୟମ ଭାଙ୍ଗିଲେ ଚାଲାଣ ନିଶ୍ଚୟ କଟିବ ତେବେ ଟ୍ରାଫିକ୍ ପୁଲିସ ଧରନ୍ତୁ ବା ନ ଧରନ୍ତୁ । ଯିଏ ନିୟମ ନମାନିବ ତା ଘରକୁ ଡାକରେ ଚାଳାଣ ଯିବ । ଏଥିପାଇଁ କେହି ରାସ୍ତାରେ ଅଟକାଇବେ ନାହିଁ କି କହିବେନି ଆପଣ ଭୁଲ କରିଛନ୍ତି । ତେବେ ପୁଲିସ ନଧରିଲେ ବି ଭାବନ୍ତୁ ନାହିଁ କି ଚାଲାଣ କଟିବନି ଏବଂ ଏହି ଚାଲାଣ ଡାକରେ ଚାଳକଙ୍କ ଘରକୁ ପଠାଯିବା ନେଇ ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe