କନକ ବ୍ୟୁରୋ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ ତଥା ଇନଫୋସିସ୍ ସହ ପ୍ରତିଷ୍ଠାତା ସୁଧା ମୂର୍ତ୍ତି ଏବେ ସୋସିଆଲ ମିିଡିଆରେ ଭାଇରାଲ ହେଉଛନ୍ତି । ତାଙ୍କର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି । ‘ ଜ୍ୱାଇଁ ଋଷି ସୁନକ୍ ଏତେ କମ୍ ବୟସରେ ବ୍ରିଟେର ପ୍ରଧାନମନ୍ତ୍ରୀ ହୋଇପାରିଲେ । ଏହା ତାଙ୍କ ଝିଅ ଅକ୍ଷତାଙ୍କ ଯୋଗୁଁ ସମ୍ଭବ ହୋଇପାରିଛି । ମୁଁ ମୋ ସ୍ୱାମୀଙ୍କୁ ବିଜନେସମ୍ୟାନ୍ ବନେଇଲି ଏବଂ ମୋ ଝିଅ ତା’ ସ୍ୱାମୀଙ୍କୁ ଏକ ପାଶ୍ଚାତ୍ୟ ରାଷ୍ଟ୍ର ବ୍ରିଟେନର ପ୍ରଧାନମନ୍ତ୍ରୀ ବନାଇଦେଲା’ ବୋଲି କହିଛନ୍ତି ସୁଧା ମୂର୍ତ୍ତି ।

Advertisment

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଭିଡିଓରେ ସୁଧା ମୂର୍ତ୍ତି କହିଛନ୍ତି ଯେ, ‘ ପତ୍ନୀମାନଙ୍କର ମହିମା ରହିଛି । କାରଣ ଜଣେ ସ୍ତ୍ରୀ ତା’ର ସ୍ୱାମୀକୁ ବଦଳାଇ ଦେଇପାରେ । ମୁଁ ମୋ ସ୍ୱାମୀଙ୍କୁ ଜଣେ ଖ୍ୟାତନାମା ବିଜନେସମ୍ୟାନ୍ ବନାଇଦେଲି । ମୋ ଝିଅ ମଧ୍ୟ ତା’ ସ୍ୱାମୀଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ବନାଇଦେଲା । ମୋ ଝିଅ ଅକ୍ଷତା ଜ୍ୱାଇଁ ଋଷିଙ୍କ ଜୀବବନକୁ ଅନ୍ୟ ଦିଗରେ ମଧ୍ୟ ପ୍ରଭାବିତ କରିପାରିଛି । ମୂତ୍ତି ପରିବାର ଭଳି ଋଷି ମଧ୍ୟ ଏବେ ଗୁରୁବାର ବ୍ରତ କରୁଛନ୍ତି । ଇନଫୋସିସ୍ ଗୁରୁବାର ପ୍ରତିଷ୍ଠା ହୋଇଥିବାରୁ ମୂର୍ତ୍ତି ପରିବାର ପ୍ରତି ଗୁରୁବାର ଉପବାସ ରଖନ୍ତି । ଏବେ ଋଷି ମଧ୍ୟ ଆମ ମାନଙ୍କ ଭଳି ଗୁରୁବାର ଉପବାସ ରଖୁଛନ୍ତି’ ବୋଲି କହିଛନ୍ତି ସୁଧା ମୂର୍ତ୍ତି ।