ଶିକ୍ଷାନୁଷ୍ଠାନ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ: କହିଲେ, ଶିକ୍ଷାନୁଷ୍ଠାନରେ ଅଚାନକ ଯାଞ୍ଚ କର

106

କନକ ବ୍ୟୁରୋ: ରାଜ୍ୟର କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା । ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । କହିଲେ, ପ୍ରଶାସନ ସ୍ୱତନ୍ତ୍ର ଟିମ ଗଠନ କରି ଶିକ୍ଷାନୁଷ୍ଠାନର ଯାଞ୍ଚ କରୁ । ଧାର୍ମିକ ଅନୁଷ୍ଠାନ ଡାକ୍ତରଖାନା, ଅଫିସ ଓ ହାଟ ଉପରେ ବି ସତର୍କ ନଜର ରଖିବାକୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ପର୍ବପର୍ବାଣୀ ସମୟରେ ଆମର ବ୍ୟବହାର ତୃତୀୟ ଲହରକୁ ନିୟନ୍ତ୍ରଣ କରିବ । ଆମେରିକାଠାରୁ କେରଳ ଯାଏଁ କରୋନା ସଂକ୍ରମଣ ବଢି ଚାଲିଛି । ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ । କେରଳର ଓନାମ ପାଳନ ପରେ ସଂକ୍ରମଣ ବୃଦ୍ଧି ଘଟିଥିଲା । ସତର୍କ ରହିଲେ  ଭବିଷ୍ୟତର ଲକଡାଉନକୁ ଏଡାଯାଇପାରିବ ।