କନକ ବ୍ୟୁରୋ: ରାଜ୍ୟର କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା । ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । କହିଲେ, ପ୍ରଶାସନ ସ୍ୱତନ୍ତ୍ର ଟିମ ଗଠନ କରି ଶିକ୍ଷାନୁଷ୍ଠାନର ଯାଞ୍ଚ କରୁ । ଧାର୍ମିକ ଅନୁଷ୍ଠାନ ଡାକ୍ତରଖାନା, ଅଫିସ ଓ ହାଟ ଉପରେ ବି ସତର୍କ ନଜର ରଖିବାକୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ପର୍ବପର୍ବାଣୀ ସମୟରେ ଆମର ବ୍ୟବହାର ତୃତୀୟ ଲହରକୁ ନିୟନ୍ତ୍ରଣ କରିବ । ଆମେରିକାଠାରୁ କେରଳ ଯାଏଁ କରୋନା ସଂକ୍ରମଣ ବଢି ଚାଲିଛି । ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ । କେରଳର ଓନାମ ପାଳନ ପରେ ସଂକ୍ରମଣ ବୃଦ୍ଧି ଘଟିଥିଲା । ସତର୍କ ରହିଲେ ଭବିଷ୍ୟତର ଲକଡାଉନକୁ ଏଡାଯାଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/09/schoolkb.jpg)