ହଠାତ୍ ଘରେ ଲାଗିଗଲା ନିଆଁ, ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ଥିବା ସାମଗ୍ରୀ

136

କନକ ବ୍ୟୁରୋ: ବିଧବା ମାଆର ସ୍ୱପ୍ନକୁ ଜାଳିଦେଲା ନିଆଁ । ଝିଅ ବାହାଘର କରିବା ପାଇଁ ଘରେ କେତେ କଣ ସାଇତି ରଖିଥିଲେ ଜଣେ ମାଆ । ଆଉ ଦିନ କେଇଟା ପରେ ଝିଅର ବାହାଘର କରିଥାନ୍ତେ, ହେଲେ ତା ଆଗରୁ ସବୁ ପୋଡି ଅଙ୍ଗାର ହୋଇଯାଇଛି । ଘରେ ନିଆଁ ଲାଗି ଯିବା ପରେ ଭାଙ୍ଗିପଡିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଲାଖବିନ୍ଧା ଗାଁର ଗୀତା ନାଏକ । ସ୍ୱାମୀ ଆରପାରିକୁ ଚାଲିଯାଇଥିବା ବେଳେ ଝିଅ ବାହାଘର ପାଇଁ ଏକାକି ଯୋଗାଡ କରୁଥିଲେ ଗୀତା । ପେଟରୁ କାଟି ଝିଅ ପାଇଁ ସାମଗ୍ରୀ କିଣୁଥିଲେ । ହେଲେ ଗତକାଲି ରାତିରେ ଘରେ ନିଆଁ ଲାଗିବାରୁ ଗୀତା ଆଖି ଆଗରେ ସବୁ ପୋଡି ପାଉଁଶ ହୋଇଯାଇଛି । ଘରେ ଥିବା ଗୃହପାଳିତ ପଶୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।