କନକ ବ୍ୟୁରୋ : ଗୁଜରାଟରେ ହଠାତ ହୃଦରୋଗରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗରବା ଡ୍ୟାନ୍ସରେ ଭାଗ ନେଇ ସେଠାରେ ନାଚୁଥିବା ଲୋକଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛିଦିନ ହେବ ରାଜ୍ୟରେ ହୃଦଘାତରେ ମୃତକଙ୍କ ସଂଖ୍ୟା ବଢୁଛି । ଏହି ମୃତକମାନଙ୍କ ମଧ୍ୟରେ ଦଭୋଇ, ବଡୋଦାର ଜଣେ ୧୩ ବର୍ଷିୟ ବାଳକ ବି ସାମିଲ ଅଛି ।

Advertisment

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗୁଜରାଟରେ ୧୦୮ ଆମ୍ବୁଲାନ୍ସ ସେବାକୁ ନବରାତ୍ରୀର ପୂର୍ବ ୬ ଦିନ ମଧ୍ୟରେ ହୃଦଘାତ ରୋଗୀଙ୍କୁ ମେଡିକାଲ ନେବାୁ ୫୨୧ ଟି କଲ ଆସିଛି । ଏହାସହ ନିଶ୍ୱାସ ପ୍ରଶ୍ୱାସରେ ବାଧା ହେଉଥିବା ୬୦୯ ଜଣ ଲୋକଙ୍କ୍ୁ ମେଡିକାଲ ନେବାକୁ ଫୋନ କଲ ଆସିଛି । ଏବେ ବିଶେଷ କରି ଗୁଜରାଟରେ ଗରବା ଉତ୍ସବ ଚାଲିଛି । ହେଲେ ଏହି ଗରବା ଇଭେଣ୍ଟରେ ଏଭଳି ଘଟଣା ଘଟୁଥିବାରୁ ଏହାକୁ ସରକାର ଆୟୋଜକଙ୍କୁ ସତର୍କ କରାଇଛନ୍ତି ।

କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗରଭା ସ୍ଥଳ ନିକଟ ସମସ୍ତ ସରକାରୀ ହସ୍ପିଟାଲ ଓ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଜାଗ ରହିବାକୁ ଉପଦେଶ ଦେଇଛନ୍ତି । ଏହାସହ ଗରବ ଆୟୋଜନ ହେଉଥିବା ସ୍ଥଳକୁ ଯେଭଳି ସୁରୁଖୁରୁରେ ଆମ୍ବୁଲାନ୍ସ ପ୍ରବେଶ କରିପାରେ ସେନେଇ ବ୍ୟବସ୍ଥା କରିବାକୁ ଆୟୋଜକମାନଙ୍କୁ ସରକାରଙ୍କ ତରଫରୁ ଚେତାବନୀ ଦିଆଯାଇଛି ।