ପାଣି ପାଇଁ ବୋରିଙ୍ଗ ଖୋଳୁଖୋଳୁ ବାହାରିଲା ନିଆଁ , ପୋଡି ପାଉଁଶ ହେଲା ବୋରିଙ୍ଗ ମେସିନ

369

କନକ ବ୍ୟୁରୋ: ସ୍କୁଲ ନିକଟରେ ପାଣି ପାଇଁ ବୋରିଙ୍ଗ ଖୋଳାଯାଉଥିଲା  ।ହେଲେ ପାଣି ବଦଳରେ ହାଠାତ ବହାରିଥିଲା ନିଆଁ । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଚାହୁଁଚାହୁଁ ବୋରିଙ୍ଗ ମେସିନ ପୋଡି ପାଉଁଶ ହୋଇଗଲା । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମଧ୍ୟପ୍ରଦେଶ ପନ୍ନା ଜିଲ୍ଲା ଝୁମଟା ଅଞ୍ଚଳରେ ।

 

ସୂଚନା ମୁତାବକ, ପନ୍ନା ଜିଲ୍ଲା ଝୁମଟା ମାଧ୍ୟମିକ ବିଦ୍ୟାଳୟ ପରିସରରେ ପାଣି ପାଇଁ ବୋରୱେଲ ଖୋଳାଯାଉଥିଲା । ଏହି ସମୟରେ ସେଠାରେ ହାହାକାର ପଡିଯାଇଥିଲା ।କାରଣ ବୋରଙ୍ଗ ମେସିନ ଦ୍ୱାରା ପାଖାପାଖି ୫୦ ଫୁଟ ମାଟି ଖୋଳାଯିବା ପରେ ପାଣି ବଦଳରେ ହଠାତ ଉପରକୁ ଉଠିଥିଲା ନିଆଁ । ଏ ନିଆଁ ଏତେ ଅଧିକ ଥିଲା ଯେ ବୋରିଙ୍ଗ ଖୋଳା ମେସିନରେ ନିଆଁ ଲାଗିଯାଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନି ନିର୍ବାପିତ ଗାଡି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରାଯାଇଥିଲା । ହେଲେ ନିଆଁ ଲିଭିବା ବଦଳରେ ଏହା ଉଗ୍ର ରୂପ ଧାରଣ କରିଥିଲା । ତେବେ ଅନେକ ସମୟ ଜଳିବା ପରେ ଏହି ନିଆଁ ଧିରେ ଧିରେ ପ୍ରଶମିତ ହୋଇଥିଲା । ତେବେ ଏହି ସ୍ଥାନରେ କୌଣସି ପ୍ରାକୃତିକ ଗ୍ୟାସ ଥିବାରୁ ଏଭଳି ଘଟଣା ଘଟିଥିବା କୁହାଯାଇଛି । ଏହାସହ ଏହି ମାଟିର ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି ।