କନକ ବ୍ୟୁରୋ: କଂଗ୍ରେସ ଭବନରେ ଟିକେଟ୍ ପାଇଁ ଧାରଣା ଦେଇଛନ୍ତି କଂଗ୍ରେସ କର୍ମୀ । ଜଳେଶ୍ୱର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିବା ସୁଦର୍ଶନ ଦାସଙ୍କ ଶହ ଶହ ସମର୍ଥନ ଧାରଣାରେ ବସିଥିଲେ । ଯଦିଓ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ଏବଂ ଏଥିରେ ଜଳେଶ୍ୱର ଆସନ ପାଇଁ କିଏ ପ୍ରାର୍ଥୀ ହେବେ ଘୋଷଣା ହୋଇନି, ତଥାପି ସୁଦର୍ଶନ ଦାସଙ୍କ ଟିକେଟ୍ କଟିଯାଉଥିବା ଆଶଙ୍କା କରି ପ୍ରତିବାଦ କରିଥିଲେ । ତେବେ ହୋହଲ୍ଲା ଭିତରେ ପିସିସି ସଭାପତି ଆସି ଧାରଣା ଦେଉଥିବା କର୍ମୀଙ୍କୁ ବୁଝାସୁଝା କରିଥିଲେ ।
ଟିକେଟ କଳିକୁ ନେଇ କନ୍ଦଳ କେବଳ କଂଗ୍ରେସରେ ସୀମିତ ରହିନି ବରଂ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଏଭଳି କିଛି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଜେପି ବିଧାନସଭା ପାଇଁ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ପ୍ରତିବାଦର ଚିତ୍ର ସାମ୍ନାକୁ ଆସିଛି । ହିମାଂଶୁ ଶେଖର ସାହୁଙ୍କ ଶହ ଶହ ସମର୍ଥକ, ଧର୍ମଶାଳା ଆସନରେ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି । ସବୁବେଳେ ଲୋକଙ୍କ ସହ ରହି ଆସିଥିବା ହିମାଂଶୁ ଶେଖର ସାହୁଙ୍କ ଟିକେଟ୍ କାହିଁକି କଟିଲା ବୋଲି କର୍ମୀମାନେ ପ୍ରଶ୍ନ କରିଛନ୍ତି ।
ତେବେ ନିର୍ବାଚନ ସମୟରେ ନେତାଙ୍କ ଟିକେଟ୍ କଟିବାକୁ ନେଇ ଅନେକ ସମୟରେ ଅସନ୍ତୋଷ ଦେଖାଯାଏ, ତେବେ ଏହି ଅସନ୍ତୋଷକୁ ସଂପୃକ୍ତ ଦଳ କିଭଳି ପ୍ରଶମିତ କରୁଛି, ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/Screen-Shot-2024-04-02-at-8.06.41-PM.png)