କନକ ବ୍ୟୁରୋ : ମନ କିଣୁଛି ସୁଦର୍ଶନ ସାହୁଙ୍କ ପ୍ରାଚୀନ ବାସନ ସଂଗ୍ରହାଳୟ । ଖଣ୍ଡଗିରି ଜାଗମରା ତୁଳସୀ ବିହାରରେ ଗବେଷକ ସୁଦର୍ଶନ ସାହୁଙ୍କ ସଂଗ୍ରହାଳୟ ରହିଛି । ଆଉ ଏହାର ନାଁ ହେଉଛି ଗୋପୀନାଥ ହେରିଟେଜ୍ ମ୍ୟୁଜିୟନ୍ ଅଫ୍ ବ୍ରାସ୍ ଆଣ୍ଡ ବେଲ ମେଟାଲ କ୍ରାଫ୍ଟ ଆଣ୍ଡ ନେଗଲେକ୍ଟଡେ୍ ଆର୍ଟସ୍ । ସୁଦର୍ଶନଙ୍କ ଏହି ସଂଗ୍ରହାଳୟରେ ୪ ହଜାରରୁ ଅଧିକ ପ୍ରାଚୀନ କଂସା ବାସନ ରହିଛି । ଏହା ସହ ଆଦିବାସୀ ଜନଜାତିଙ୍କ ପ୍ରାୟ ଏକ ହଜାର ଅଳଙ୍କାର ଓ ଗୃହୋପକରଣ ସାଇତା ହୋଇ ରହିଛି ।
ଏହି ମିନି ସଂଗ୍ରହାଳୟକୁ ଦେଖିବା ପାଇଁ ବହୁ ସମୟରେ ଦର୍ଶକ ତଥା ଗବେଷକମାନେ ତାଙ୍କ ଘରେ ପହଞ୍ଚୁଛନ୍ତି । ସୁଦର୍ଶନଙ୍କ ବାପା ଜଣେ କଂସା କାରିଗର ଥିଲେ । ତାଙ୍କ ହାତ ଗଢା ସାମଗ୍ରୀ ସବୁକୁ ସାଇତି ରଖିବା ବାପାଙ୍କ ଇଚ୍ଛା ଥିଲା । ଏଥିପାଇଁ ସେ ୨୬ଟି କଂସାରୀ ଗାଁରୁ ପ୍ରାୟ ୨୦୦ ବର୍ଷର ପୁରୁଣା ବାସନକୁସନ ସଂଗ୍ରହ କରିଛନ୍ତି । ଏଥିରେ ରାଜରାଜୁଡା ଅମଳର ବାସନ ଉପକରଣ ରହିଛି । ପ୍ରାୟ ୩୦ ବର୍ଷ ହେବ ସୁଦର୍ଶନ ଏହି କାମରେ ଲାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/32-20.jpg)