ଧାରଣାରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ! ଜାଣନ୍ତୁ କାହିଁକି?

15

1କନକ ବ୍ୟୁରୋ : ଧାରଣାରେ ବସିଛନ୍ତି ଝୁରା ବାଲିର ସୈାଦାଗର । ବାଙ୍କି ମୁହାଣରେ ବଢୁଥିବା ପ୍ରଦୁଷଣର ବିରୋଧ କରିବାକୁ ସେ ଏହି ରାସ୍ତା ଆପଣାଇଛନ୍ତି । ପୁରୀର ବାଙ୍କି ମୁହାଣରେ ବଢିଥିବା ପ୍ରଦୁଷଣର ମାତ୍ରାକୁ ପ୍ରତିବାଦ କରିବାକୁ ସେ ଧାରଣାରେ ବସିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ ଯୋଗେ ଅବଗତ କରାଇଛନ୍ତି ସୁଦର୍ଶନ ।

କିଛି ଦିନ ଆଗରୁ ନିଜ ବାଲୁକା କଳା ମାଧ୍ୟମରେ ବାଙ୍କି ମୁହାଣର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଥିଲେ ସୁଦର୍ଶନ । ସରକାର ଏନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଆହ୍ୱାନ ଦେଇଥିଲେ । ବାରମ୍ବାର ଏନେଇ ଅବଗତ କରାଯାଉଥିଲେ ବି ସରକାର କୈାଣସି ପଦକ୍ଷେପ ନେଉନଥିବାରୁ ସେ ଏଭଳି ରାସ୍ତା ଆପଣାଇଛନ୍ତି ।

ପୂର୍ବରୁ ସୁଦର୍ଶନ ପଟ୍ଟନାୟକ ଟ୍ୱିଟ୍ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଫୋନ୍ କରାଯାଇ ପଦକ୍ଷେପ ନିଆଯାଉଥିବା ନେଇ ଅବଗତ କରାଇଥିଲେ । ହେଲେ ଏହାରି ଭିତରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାନଯିବା ଓ ସମୁଦ୍ରକୁଳକୁ ସଫା ନରଖିବା ପରେ ଧାରଣାକୁ ମାଧ୍ୟମ କରିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.