କନକ ବ୍ୟୁରୋ : ଧାରଣାରେ ବସିଛନ୍ତି ଝୁରା ବାଲିର ସୈାଦାଗର । ବାଙ୍କି ମୁହାଣରେ ବଢୁଥିବା ପ୍ରଦୁଷଣର ବିରୋଧ କରିବାକୁ ସେ ଏହି ରାସ୍ତା ଆପଣାଇଛନ୍ତି । ପୁରୀର ବାଙ୍କି ମୁହାଣରେ ବଢିଥିବା ପ୍ରଦୁଷଣର ମାତ୍ରାକୁ ପ୍ରତିବାଦ କରିବାକୁ ସେ ଧାରଣାରେ ବସିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ ଯୋଗେ ଅବଗତ କରାଇଛନ୍ତି ସୁଦର୍ଶନ ।
କିଛି ଦିନ ଆଗରୁ ନିଜ ବାଲୁକା କଳା ମାଧ୍ୟମରେ ବାଙ୍କି ମୁହାଣର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଥିଲେ ସୁଦର୍ଶନ । ସରକାର ଏନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଆହ୍ୱାନ ଦେଇଥିଲେ । ବାରମ୍ବାର ଏନେଇ ଅବଗତ କରାଯାଉଥିଲେ ବି ସରକାର କୈାଣସି ପଦକ୍ଷେପ ନେଉନଥିବାରୁ ସେ ଏଭଳି ରାସ୍ତା ଆପଣାଇଛନ୍ତି ।
ପୂର୍ବରୁ ସୁଦର୍ଶନ ପଟ୍ଟନାୟକ ଟ୍ୱିଟ୍ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଫୋନ୍ କରାଯାଇ ପଦକ୍ଷେପ ନିଆଯାଉଥିବା ନେଇ ଅବଗତ କରାଇଥିଲେ । ହେଲେ ଏହାରି ଭିତରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାନଯିବା ଓ ସମୁଦ୍ରକୁଳକୁ ସଫା ନରଖିବା ପରେ ଧାରଣାକୁ ମାଧ୍ୟମ କରିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/2-6.jpg)