କନକ ବ୍ୟୁରୋ : ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗଟ କରିବା ପରେ ଜବାବ ରଖିଛନ୍ତି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ବା ଟୁଇଟରରେ ସୁଦାମ ଲେଖିଛନ୍ତି, ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ବିକାଶ ପାଇଁ ୨୦୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏ ବାବଦରେ ଏନଓସି ଦେବା ପାଇଁ ଡିଆରଡିଓଙ୍କୁ ନିର୍ଦ୍ଦଶ ଦେବାକୁ ୨୦୨୨ରେ ପ୍ରତିରକ୍ଷା ସଚିବଙ୍କୁ ଚିଠି ଲେଖାଯାଇଥିଲା ।

Advertisment

ବିଭାଗର ୧୬୦ ଦଶମିକ ୩୫ ଏକର ଜମିରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ଏହାପରେ ଅନୁମତି ମିିଳିିଥିଲା । କ୍ଷତିପୂରଣ ବାବଦକୁ ପ୍ରତିରକ୍ଷା ବିଭାଗକୁ ରାଜ୍ୟ ସରକାର ୨୬ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିଲେ । ଯେହେତୁ ଜମି ହସ୍ତାନ୍ତର ସଂକ୍ରାନ୍ତୀୟ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗରୁ ହୋଇସାରିଛି, ତେଣୁ ୧୦ତାରିଖରେ ଜମି ହସ୍ତାନ୍ତର ପାଇଁ ଏକ ସ୍ୱତନ୍ତ୍ର ସଭା କାର୍ଯ୍ୟକ୍ରମର ଆବଶ୍ୟକତା ନଥିଲା । ଏଥିସହ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିଶ୍ୱେଶ୍ୱର ଦିନେ ମଧ୍ୟ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଗୁରୁତ୍ୱ ଦେଇନାହାନ୍ତି ।

ବାଂଗିରିପୋଷିରୁ ବିଶୋଇ ପର୍ଯ୍ୟନ୍ତ ଘାଟି ରାସ୍ତାର ଅବସ୍ଥା ସମସ୍ତେ ଦେଖୁଛନ୍ତି । ହେଲେ, ଏ ପ୍ରସଙ୍ଗରେ ଟୁଡୁ କେବେ ମୁହଁ ଖୋଲି ନାହାନ୍ତି । ଗତ ୧୦ ତାରିଖରେ ମୟୁରଭଞ୍ଜ ଅମର୍ଦ୍ଦା ଏୟାରଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତର କାର୍ଯ୍ୟକ୍ରମ ରହିଥିଲା । ପ୍ରତିରକ୍ଷା ବିଭାଗ ପକ୍ଷରୁ ଅମର୍ଦ୍ଦା ଏୟାରଷ୍ଟ୍ରିପ ଠାରେ ରାଜ୍ୟ ସରକାରଙ୍କୁ ଜମି ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ଥିଲା । ପୂର୍ବ ପ୍ରସ୍ତୁତି ମୁତାବକ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ମୟୂରଭଞ୍ଜ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜମିଗ୍ରହଣ କରିବାର ଥିଲା । ହେଲେ ଆସିଲେ ନାହିଁ ଜିଲ୍ଲାପାଳ । ଫଳରେ ଜମି ହସ୍ତାନ୍ତର ହେଇପାରିଲା ନାହିଁ ।

ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ରାଜ୍ୟ ସରକାର ମୟୂରଭଞ୍ଜ ବିକାଶ ପରିବର୍ତ୍ତେ ବିନାଶ କରୁଥିବା ଅଭିଯୋଗ କରିିଥିଲେ କେନ୍ଦ୍ରମନ୍ତ୍ରୀ । ଅର୍ମଦା ଏୟାରଷ୍ଟ୍ରିପ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଜିଲ୍ଲାର ୪ଜଣ ବିଧାୟକ, ମୟୂରଭଞ୍ଜର ମହାରାଜା ଓ ମହାରାଣୀଙ୍କ ସହ ସ୍ଥାନୀୟ ଅଂଚଳର ଶତାଧିକ ଲୋକଯୋଗ ଦେଇଥିଲେ । ସେହିପରି ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ୪ଜଣ ଅଧିକାରୀ ସରକାରଙ୍କୁ ଜମିହସ୍ତାନ୍ତର ପାଇଁ ଉପସ୍ଥିତ ରହିଥିଲେ । ହେଲେ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଅନୁପସ୍ଥିତ ରହଥିିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପସ୍ଥିତ ରହିବା ନେଇ ପ୍ରଶ୍ନ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ।