ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କଲେ ସୁଦାମ ମାରାଣ୍ଡି : ମୟୂରଭଞ୍ଜ ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ଭାବେ ମିଳିଛି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ

Advertisment
ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କଲେ ସୁଦାମ ମାରାଣ୍ଡି : ମୟୂରଭଞ୍ଜ ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ଭାବେ ମିଳିଛି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ

source : YouTube

କନକ ବ୍ୟୁରୋ : ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ବେଳେ ମୟୂରଭଞ୍ଜ ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୁଦାମ ମାରାଣ୍ଡି। ସେ ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଥିଲେ। ଏହା ବେଶ୍ ଆଲୋଚନାର ବିଷୟ ହୋଇଥିଲା। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରେମାନନ୍ଦ ନାୟକ ଇଂରାଜୀରେ ଶପଥ ନେଇଥିଲା ବେଳେ ଅନ୍ୟ ସବୁ ମନ୍ତ୍ରୀ ଓଡ଼ିଆରେ ଶପଥ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଭିତରେ ବିଭାଗ ବଣ୍ଟନ କରିଥିଲେ । ଯେଉଁଥିରେ ସୁଦାମ ମାରାଣ୍ଡିଙ୍କୁ କ୍ୟାବିନେଟ୍ ପାହ୍ୟାରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦିଆଯାଇଛି ।

publive-image

ସୂଚନାଯୋଗ୍ୟ, ରେକର୍ଡ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ । ପ୍ରଥମ ଥର ରାଜଭବନ ବାହାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ହୋଇଥିଲା ଶପଥ ସମାରୋହ । ନବୀନଙ୍କ ସହ ନବୀନ ମନ୍ତ୍ରୀମଣ୍ଡଳ ବି ଶପଥ ନେଇଥିଲେ। ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ ସାହୁ ,ସୁଦାମ ମାରାଣ୍ଡି, ସୁଶାନ୍ତ ସିଂ, ନବକିଶୋର ଦାସ, ଟୁକୁନି ସାହୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାସହ ସମୀର ରଞ୍ଜନ ଦାସ, ଅଶୋକ ପଣ୍ଡା, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ରଘୁନନ୍ଦନ ଦାସ ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା ଓ ପ୍ରେମାନନ୍ଦ ନାୟକ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe