କନକ ବ୍ୟୁରୋ : ପାରାଦୀପରେ ୨୫ ଟଙ୍କାର ଲୋଭ ଦେଖାଇ ନାବାଳକକୁ ବଳି ପାଇଁ ଉଦ୍ୟମ ଅଭିଯୋଗ । ପାରାଦୀପ ଉପକଣ୍ଠ ଷଣ୍ଢକୁଦ ବସ୍ତିରୁ ଆସିଛି ଏପରି ଅଭିଯୋଗ । ନାବାଳକର ବାପାଙ୍କ ଅଭିଯୋଗ ପରେ ଥାନାରେ ଗୁଣିଆକୁ ଥାନାରେ ଅଟକ ରଖାଯାଇଛି । ଗତ ଶନିବାର ଦିନ ନାବାଳକକୁ ୨୫ ଟଙ୍କାର ଲୋଭ ଦେଖାଇ ନଦୀରୁ ପାଣି ଉଠାଇବାକୁ କୁହାଯାଇଥିଲା । ନାବାଳକକୁ ଫୁଲମାଳ ଓ ସିନ୍ଦୁର ପିନ୍ଧାଇ ପୂଜା କରୁଥିବା ସମୟରେ ପହଁଚି ଯାଇଥିଲେ ତାର ବାପା । ଫଳରେ ଭଣ୍ଡୁର ହୋଇଯାଇଥିଲା ଗୁଣିଆର ପୂଜା ପାଠ । ଘଟଣା ଗାଁରେ ସମାଧାନ ନହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ ।
ଏହି ଘଟଣାରେ ସ୍ଥାନୀୟ ଅଂଚଳର କିଛି ଲୋକଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ନାବାଳକର ପରିବାର । ପୋଲିସ ଏହି ଘଟଣାରେ ଗୁଣିଆ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାରେ ବ୍ୟବହାର ହୋଇଥିବା ସାମଗ୍ରୀକୁ ପୋଲିସ ଜବତ କରିଛି । ତେବେ ଶିଶୁବଳି ଘଟଣାକୁ ଅଭିଯୁକ୍ତ ଗୁଣିଆ ଅସ୍ୱୀକାର କରିଛିି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/25-15.jpg)