କନକ ବ୍ୟୁରୋ: କମ୍ ଖର୍ଚ୍ଚରେ କରୁଛନ୍ତି ଅଧିକ ରୋଜଗାର । ଚାଷ ଜମି ନଥିବାରୁ ଅଳ୍ପ ଜାଗାରେ ଛତୁ ଚାଷ କରି ମାସକୁ ପ୍ରାୟ ୨୦ହଜାର ଟଙ୍କା ରୋଜଗାର କରି ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବାଲେଶ୍ୱର ମଥାନି ପଂଚାୟତ ସାନଖୁଡି ଗାଁର ରବିନାରାୟଣ ସାହୁ । ଧିଙ୍ଗିରି ଓ ପାଳଛତୁ ଚାଷ କରି ଏହାକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।
୫୦ରୁ ୫୫ଟଙ୍କା ଖର୍ଚ୍ଚ କରି ଗୋଟିଏ ବ୍ୟାଡ ଧିଙ୍ଗିରି ଛତୁ ଚାଷ କଲେ ୫ରୁ ୭କେଜି ଛତୁ ଅମଳ ହୁଏ । ଏହାକୁ ପ୍ରାୟ ୪୦୦ଟଙ୍କାରେ ବିକ୍ରି କରାହୁଏ । ସେହିପରି ୫୦ରୁ ୫୫ଟଙ୍କା ଖର୍ଚ୍ଚ କରି ଥରେ ପାଳ ଛତୁ ଚାଷ କଲେ ପ୍ରାୟ ୨୦୦ଟଙ୍କାରେ ଏହାକୁ ବିକ୍ରି କରୁଛନ୍ତି । ଏହିପରି ଭାବରେ ରବିନାରାୟଣ ତାଙ୍କ ବାଡିରେ ଏକାଥରକେ ୨୦୦ବ୍ୟାଡ ଛତୁ ଚାଷ କରି ରୋଜଗାରର ପନ୍ଥା ବାହାର କରିଛନ୍ତି ।
ଅତ୍ୟାଧୁନିକ ଜ୍ଞାନ କୌଶଳରେ କମ୍ ଖର୍ଚ୍ଚରେ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରିପାରିବେ ଚାଷୀ । ତେବେ ଏଥିପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/13.jpg)
/kanak/media/post_attachments/wp-content/uploads/2018/03/10-3-300x201.jpg)
/kanak/media/post_attachments/wp-content/uploads/2018/03/11-2-300x199.jpg)