କଟକରେ କମିଛି ଅପରାଧ ! ଦୁଇ ବର୍ଷରେ ୫କୋଟିର ବ୍ରାଉନସୁଗାର ଜବତ, ୨୭ ଗିରଫ

Advertisment
କଟକରେ କମିଛି ଅପରାଧ ! ଦୁଇ ବର୍ଷରେ ୫କୋଟିର ବ୍ରାଉନସୁଗାର ଜବତ, ୨୭ ଗିରଫ

କଟକ ସହରକୁ ଅପରାଧମୁକ୍ତ କରିବା ପାଇଁ କମିସନରେଟ୍‌ ପୁଲିସ କରିଥିବା ସ୍ୱତନ୍ତ୍ର ଅଭିଯାନରେ ଗତ ଦୁଇବର୍ଷରେ ବିଶେଷ ସଫଳତା ମିଳିଛି। ସହରରେ ବେଆଇନ ବନ୍ଧୁକ କାରବାର ଉପରେ ଆପାତତଃ ରୋକ ଲଗାଇବା ସହ ୫କୋଟିରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର୍‌ ଜବତ ହୋଇଛି। ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ମୁତାବକ, ୨୦୨୦ ମସିହାରେ କଟକ କମିସନରେଟ ପୁଲିସ ୫୦ଟି ବନ୍ଧୁକ ଜବତ କରିବା ସହ ୧୪୭୩ ରାଉଣ୍ଡ୍‌ ଗୁଳି ଜବତ କରିଥିଲା। ସେହିପରି ୨୦୨୧ ମସିହା ଅକ୍ଟୋବର ୧୦ ତାରିଖ ଯାଏ ପୁଲିସ ଆଉ ୫୧ଟି ବନ୍ଧୁକ ଜବତ କରିବା ସହ ୨୫୪ ରାଉଣ୍ଡ ଗୁଳି ଜବତ କରିଛି। ୨୦୨୧ ଆରମ୍ଭରୁ କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ବାଡ୍‌ ଧଳସାମନ୍ତ ଭ୍ରାତାଙ୍କ ଘରେ ଚଢ଼ଉ କରି ୨୦ରୁ ଅଧିକ ବନ୍ଧୁକ ଜବତ କରିଥିଲା। ସେହିପରି ବାଂଲାଦେଶରୁ ଓଡ଼ିଶା ଆସୁଥିବା ବ୍ରାଉନ୍‌ସୁଗାର୍‌ ଧରିବାରେ ପୁଲିସକୁ ବିଶେଷ ସଫଳତା ମିଳିଥିବା ବେଳେ ପୁଲିସକୁ ୫କୋଟିରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର୍‌ ମିଳିଥିଲା।

ସେଥିମଧ୍ୟରୁ ଜଗତପୁର ଥାନା ୩୭୬ଗ୍ରାମ ୫୪୦ ମିଲିଗ୍ରାମ୍‌, ବିଡାନାସୀ ଥାନା ୧୦୬ ଗ୍ରାମ ୪୮୦ ମିଲିଗ୍ରାମ୍‌, ମର୍କତନଗର ଥାନା ୧୧୦ ଗ୍ରାମ୍‌, କନ୍ଦରପୁର ଥାନା ୪୪୦ ଗ୍ରାମ ୮୩୦ ମିଲିଗ୍ରାମ୍‌, ମଧୁପଟଣା ଥାନା ୧ କେଜି ୧୩୭ ଗ୍ରାମ୍‌, ସିଡିଏ ଫେଜ୍‌-୨ ଥାନା ୧ କେଜି ୩୮ ଗ୍ରାମ୍‌, ଲାଲବାଗ ଥାନା ୧ କେଜି ୧୫୯ ଗ୍ରାମ୍‌କୁ ମିଶାଇ ମୋଟ  ୪କେଜି ୩୭୮ ଗ୍ରାମ ୧୫ ମିଲିଗ୍ରାମ ବ୍ରାଉନ୍‌ସୁଗାର୍‌ ଧରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୫କୋଟି ଟଙ୍କାରୁ ଅଧିକ ହେବ ବୋଲି କମିସନର୍‌ ଶ୍ରୀ ପ୍ରିୟଦର୍ଶୀ ଓ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe