ସମ୍ପୂର୍ଣ୍ଣ ସ୍ୱଦେଶୀ ଏହି ନାଭାଲ୍ ଆଣ୍ଟି-ସିପ୍ ମିସାଇଲ୍ 42B ସିକିଙ୍ଗ ହେଲିକପ୍ଟରରୁ ପରୀକ୍ଷା କରାଯାଇଥିଲା

Advertisment

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦିନକୁ ଦିନ ନୂଆ ନୂଆ ଉଦ୍ଭାବନ କରି ଉପରକୁ ଉପର ଉଥିବାରେ ଲାଗିଛି ।  ଏହି କ୍ରମରେ ମଙ୍ଗଳବାର ଦିନ ଭାରତୀୟ ନୌସେନା ଏବଂ DRDO ସଫଳତାର ସହ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ନାଭାଲ୍ ଆଣ୍ଟି-ସିପ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏହି କ୍ଷେପଣାସ୍ତ୍ରଟି 42B ସିକିଙ୍ଗ ହେଲିକପ୍ଟରରୁ ପରୀକ୍ଷଣ କରାଯାଇଥିଲା । ପରୀକ୍ଷା ସମ୍ପୂର୍ଣ୍ଣ ସଫଳ ହୋଇଥିଲା । ନିର୍ଦ୍ଦିଷ୍ଟ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ଏହାକୁ ସୋସିଆଲ ମିଡିଆ ସାଇଟ୍ X ରେ ଏହା ସ୍ପଷ୍ଟ କରିଛି । ଏହାପୂର୍ବରୁ ୨୦ ନଭେମ୍ବର ୨୦୨୩  ବାର୍ଜ ଡଙ୍ଗାକୁ ଭାରତୀୟ ନୌସେନାରେ ନିୟୋଜିତ କରାଯାଇଥିଲା । ନୌସେନା ପାଇଁ ଗୁଳିଗୋଳା ପରି ସାମଗ୍ରୀ ପରିବହନ କରିବା ପାଇଁ ‘ବାର୍ଜ LSAM 10 (ୟାର୍ଡ 78)’ ଡଙ୍ଗା ବ୍ୟବହାର କରାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ' ବାର୍ଜ LSAM 10 (ୟାର୍ଡ 78)' ର ଉପଲବ୍ଧତା ଭାରତୀୟ ନୌସେନାକୁ ସମୁଦ୍ର ଘାଟି ତଥା ବାହ୍ୟ ବନ୍ଦର ମାନଙ୍କରେ ସାମଗ୍ରୀ ଏବଂ ଗୁଳିଗୋଳା ପରିବହନ ତଥା ଅନଲୋଡ୍ କରିବାରେ ସହଜ କରିବ । ଏହା ଭାରତୀୟ ନୌସେନାର କାର୍ଯ୍ୟକ୍ଷମ ପ୍ରତିଶ୍ରୁତି ପାଇଁ ମଧ୍ୟ ପ୍ରେରଣା ଯୋଗାଇବ ।

publive-image

ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମେସର୍ସ ସେକନ୍ ଇଞ୍ଜିନିୟରିଂ ପ୍ରୋଜେକ୍ଟସ୍ ଲିମିଟେଡ୍, ବିଶାଖାପାଟନମ୍ ମଧ୍ୟରେ ଗୁଳିଗୋଳା ଏବଂ କ୍ଷେପଣାସ୍ତ୍ରରେ ସଜ୍ଜିତ ବାର୍ଜ ଡଙ୍ଗା ନିର୍ମାଣ ପାଇଁ ୧୯ ଫେବୃଆରୀ ୨୦୨୧  ରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । କେବଳ ଏତିକି ନୁହେଁ, ନିକଟରେ ଜର୍ମାନୀ ଭାରତକୁ HDW ଶ୍ରେଣୀର ୨୧୪ ଟି ବୁଡ଼ାଜାହାଜ ପାଇଁ ଅଫର ପ୍ରଦାନ କରିଛି । ଏହି ବୁଡ଼ାଜାହାଜଗୁଡ଼ିକ ଭାରତରେ 'ଶିଶୁମାର କ୍ଲାସ୍' ବୁଡ଼ାଜାହାଜ ଭାବରେ ଜଣାଯିବ । ଭାରତକୁ ଦିଆଯାଇଥିବା ବୁଡ଼ାଜାହାଜଗୁଡ଼ିକ ହେଉଛି  ଅପଗ୍ରେଡ୍ ଭ୍ୟାରିଏଣ୍ଟସ୍ । ଭାରତୀୟ ନୌସେନା ଏହି ବୁଡ଼ାଜାହାଜକୁ ପୂର୍ବରୁ ବ୍ୟବହାର କରିସାରିଛି । କିନ୍ତୁ ଏହାର ନୂତନ ସଂସ୍କରଣ ଏହାର ପୁରୁଣା ସଂସ୍କରଣ ଅପେକ୍ଷା ଅଧିକ ଉନ୍ନତ ତଥା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ସହିତ ସଜ୍ଜିତ ଅଟେ । ପ୍ରୋଜେକ୍ଟ 75I ଅଧୀନରେ ଏହା ପ୍ରସ୍ତାବ ଦିଆଯାଇଛି ।  ଯେଉଁଥିରେ ଛ’ଟି ବୁଡ଼ାଜାହାଜ ନିର୍ମାଣ ହେବ । ଏହି ବୁଡ଼ାଜାହାଜ ଜର୍ମାନ କମ୍ପାନୀ ଥିସେନକ୍ରପ୍ ଏଜି ଦ୍ୱାରା ନିର୍ମିତ । ଏହି ଜର୍ମାନ କମ୍ପାନୀ ଭାରତୀୟ ନୌସେନାର ପ୍ରୋଜେକ୍ଟ 75I ଅଧୀନରେ ଛ’ଟି ବୁଡ଼ାଜାହାଜ ପାଇଁ ପ୍ରସ୍ତାବ ଦେଇଛି । ଯାହାର ମୂଲ୍ୟ ୪.୮ ବିଲିୟନ ଡଲାର ହେବ । HDW ଶ୍ରେଣୀ ହେଉଛି ପାରମ୍ପାରିକ ଡିଜେଲ ଇଲେକ୍ଟ୍ରିକ୍ ବୁଡ଼ାଜାହାଜ, ଯାହାର ଲମ୍ବ ୭୨ ମିଟର ।