ଭାରତୀୟ ବାୟୁସେନାକୁ ମିଳିଲା ଆଉ ଏକ ବଡ଼ ଅସ୍ତ୍ର । ବାଲେଶ୍ୱରର ଟେଷ୍ଟିଂ ରେଂଜରୁ ରୁଦ୍ରମ-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଶତ୍ରୁପକ୍ଷର ରାଡାର ନଷ୍ଟ କରିବାକୁ ସକ୍ଷମ ରୁଦ୍ରମ୍ କ୍ଷେପଣାସ୍ତ୍ର ।

191

କନକ ବ୍ୟୁରୋ : ଭାରତୀୟ ବାୟୁସେନାକୁ ମିଳିଲା ଆଉ ଏକ ବଡ଼ ଅସ୍ତ୍ର । ରୁଦ୍ରମ-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷର କଲା ଭାରତ । ରୁଦ୍ରମ କ୍ଷେପଣାସ୍ତ୍ରରେ ଆଣ୍ଟି ରେଡିଏସନ କ୍ଷମତା ରହିଛି । ବାଲେଶ୍ୱରର ଟେଷ୍ଟିଂ ରେଂଜରୁ ସକାଳ ସାଢ଼େ ୧୦ଟାରେ ଏହି ପରୀକ୍ଷଣ କରାଯାଇଛି । ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ରର ସଫଲ ପରୀକ୍ଷଣ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଶତ୍ରୁପକ୍ଷର ରାଡାର ନଷ୍ଟ କରିବାର କ୍ଷମତା ରଖିଛି ଏହି କ୍ଷେପଣାସ୍ତ୍ର । ଏହାସହ ନଜର ରଖିବାକୁ ଶତ୍ରୁପକ୍ଷ ବ୍ୟବହାର କରୁଥିବା ଅନ୍ୟ ଉପକରଣକୁ ମଧ୍ୟ ରୁଦ୍ରମ-୧ ନଷ୍ଟ କରିବାର କ୍ଷମତା ରଖିଛି । ଭାରତୀୟ ବାୟୁସେନାର ସୁଖୋଇ-୩୦ ଏମକେଆଇରୁ ଏହି ରୁଦ୍ରମ-୧ କ୍ଷେପଣାସ୍ତ୍ରକୁ ମାଡ଼ କରାଯାଇପାରିବ । ଶବ୍ଦର ଗତିର ୨ ଗୁଣା ବେଗରେ କ୍ଷେପଣାସ୍ତ୍ର ଗତି କରିବ । ଏହି ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।