ଆଇଜିକେସି ହସ୍ପିଟାଲରେ ଅତ୍ୟାଧୁନିକ ପଦ୍ଧତିରେ ସଫଳ ଅସ୍ତ୍ରୋପ୍ରଚାର । ଜୀବନ ଫେରିପାଇଲେ ଫୁସଫୁସ୍ କ୍ୟାନସର ରୋଗୀ

ଆଇଜିକେସି ହସ୍ପିଟାଲରେ ଅତ୍ୟାଧୁନିକ ପଦ୍ଧତିରେ ସଫଳ ଅସ୍ତ୍ରୋପ୍ରଚାର । ଜୀବନ ଫେରିପାଇଲେ ଫୁସଫୁସ୍ କ୍ୟାନସର ରୋଗୀ

କନକ ବ୍ୟୁରୋ: ଓଡ଼ିଶାର ଲୋକପ୍ରିୟ ମଲଟିସ୍ପେଶାଲିଷ୍ଟ୍ ହସ୍ପିଟାଲ ଆଇଜିକେସି ମଲଟିସ୍ପେଶାଲିଷ୍ଟ୍ ହସ୍ପିଟାଲ ଠାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତିରେ ଫୁସଫୁସ୍ କ୍ୟାନସର ରୋଗୀଙ୍କ ସଫଳ ଅପରେସନ୍ କରାଯାଇଛି । ଢ଼େଙ୍କାନାଳର ୩୨ ବର୍ଷୀୟା ରୋଗୀ ଜଣଙ୍କ ଗତ ଏକ ମାସ ଧରି କଫରେ ରକ୍ତ ପଡ଼ିବା ସମସ୍ୟା ନେଇ ଆଜିକଏସି ହସ୍ପିଟାଲର ଛାତିରୋଗ ବିଭାଗର ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ଏହା ପୂର୍ବରୁ ରୋଗୀ ଜଣଙ୍କ କଟକ ଓ ଭୁବନେଶ୍ୱରର ଅନେକ ବଡ ବଡ ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଆଇଜିକେସି  ହସ୍ପିଟାଲ ଠାରେ ତାଙ୍କର ବ୍ରୋଙ୍କୋସ୍କୋପିକ୍ ବାୟୋସ୍କୋପି ପରୀକ୍ଷା ସହିତ ସିଇସିଟି/ପେଟ୍ ସିଟି ସ୍କାନ୍ ପରୀକ୍ଷା ମଧ୍ୟ କରାଯାଇଥିଲା । ସମସ୍ତ ରିପୋର୍ଟ ଆସିବା ପରେ ତାଙ୍କର ଫୁସଫୁସ୍ କ୍ୟାନସର ଷ୍ଟେଜ୍ ୨ ବି ବୋଲି ଚିହ୍ନଟ ହୋଇଥିଲା । ଏହା ପରେ ହସ୍ପିଟାଲର ଅଭିଜ୍ଞ ହୃଦଶଲ୍ୟ ବିଶେଷଜ୍ଞ ଡାକ୍ତର ବେରିଅନ୍ ସ୍ୱାଇଁ, ଛାତିରୋଗ ବିଶେଷଜ୍ଞ ଡାକ୍ତର ୟେରା ଧନୁଧର, ଏବଂ ରେଡ଼ିଓଲୋଜିଷ୍ଟ୍ ଡାକ୍ତର ଚିନମୟ ପାତ୍ର ଙ୍କୁ ନେଇ ଗଠିତ ଏକ ଟିମ୍ ଅପରେସନ୍ ମାଧ୍ୟମରେ ତାଙ୍କ ଫୁସଫୁସ୍ କ୍ୟାନସର ପ୍ରାଭବିତ ଡାହାଣ ଫୁସଫୁସକୁ ସମ୍ପୂର୍ଣ୍ଣ ଭାବରେ କାଢ଼ିବାରେ ସଫଳ ହୋଇଛନ୍ତି । ଅପରେସନର ତିନି ଦିନ ପରେ ରୋଗୀ ନିଜ ଘରକୁ ଫେରିଛନ୍ତି । ଆଜିକେସି ହସ୍ପିଟାଲର କତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଓଡ଼ିଶାରେ ଫୁସଫୁସ୍ କ୍ୟନସର ଅପରେସନ୍ ଖୁବ୍ କମ କରାଯାଏ ଏବଂ ଆଇଜିକେସି ମଲଟିସ୍ପେଶାଲିଷ୍ଟ୍ ହସ୍ପିଟାଲରେ ପ୍ରଥମ ଥର ପାଇଁ ଏହି ଭଳି ଅତ୍ୟାଧୁନିକ ସର୍ଜରୀ ସଫଳତାର ସହିତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe