ସଫଳ ହେଲା ୪୫ ଘଣ୍ଟାର ଅପରେସନ୍ । ଝାରଖଣ୍ଡ ଦେଓଘରର ତ୍ରିକୁଟ ପାହାଡ ରୋପୱେ ଦୁର୍ଘଟଣାରେ ଫଶିଥିବା ସବୁ ପର୍ଯ୍ୟଟକ ଉଦ୍ଧାର ।

137

କନକ ବ୍ୟୁରୋ : ଝାରଖଣ୍ଡ ରୋପୱେ ଦୁର୍ଘଟଣା ମାମଲାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିବା ଭିତରେ ଦୁଇ ଜଣ ପର୍ଯ୍ୟଟକ ତଳେ ପଡିଯିବାର ଏକ ଭିଡିଓ ସାମ୍ନାକୁ ଆସିଛି । ସେପଟେ ଦୁର୍ଘଟଣା ପଛର ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି । ରୋପୱେ ଚାଲୁ କରିବା ପୂର୍ବରୁ ମେଣ୍ଟେନାନ୍ସ ପ୍ରତି ଧ୍ୟାନ ଦିଆଯାଇନଥିବା ଅଭିଯୋଗ ହୋଇଛି । ସେପଟେ ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଝାରଖଣ୍ଡ ହାଇକୋର୍ଟ ।

ସଫଳ ହେଲା ଉଦ୍ଧାରକାର୍ଯ୍ୟ । ମୃତ୍ୟୁ ମୁଖରୁ ବର୍ତ୍ତିଲେ ପର୍ଯ୍ୟଟକ । ଝାରଖଣ୍ଡ ଦେଓଘର ଜିଲ୍ଲା ରୋପୱେ ଦୁର୍ଘଟଣାରେ ୪୫ ଘଣ୍ଟା ଧରି ରେସକ୍ୟୁ ଅପରେସନ ଜାରି ରହିବା ପରେ ମିଶନ ସଫଳ ହୋଇଛି । ତ୍ରିକୁଟ ପାହାଡ ଉପରେ ଫସି ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ବାୟୁସେନା, ଆଇଟିବିପି ଓ ଏନଡିଆରଏଫର ମିଳିତ ଉଦ୍ୟମରେ ଉଦ୍ଧାରକାର୍ଯ୍ୟ ସଫଳ ହୋଇଛି । ସେପଟେ ଦୁର୍ଘଟଣା ପଛରେ ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି । କରୋନା କାଳରୁ ବନ୍ଦ ରହିଥିବା ରୋପୱେ ପୁଣି ଆରମ୍ଭ ହୋଇଥିଲା । କିନ୍ତୁ ରୋପୱେ ଚାଲୁ କରିବା ପୁର୍ବରୁ ମେଣ୍ଟେନାନ୍ସ ପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିବା ଅଭିଯୋଗ ହୋଇଛି । ସେପଟେ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଝାରଖଣ୍ଡ ହାଇକୋର୍ଟ ।

ଝାରଖଣ୍ଡ ଦେଓଘର ଜିଲ୍ଲା ତ୍ରିକୁଟ ପାହାଡରେ ଓଭରଲୋଡିଂ ଯୋଗୁ ରବିବାର ଏପରି ବଡ଼ ଅଘଟଣ ଘଟିଥିଲା । ପାହାଡ ଉପରେ ନିର୍ମିତ ମନ୍ଦିର ଆଡକୁ ଏକାସଙ୍ଗେ ୨୬ଟି ଟ୍ରଲି ଛଡାଯାଇଥିଲା । ଏଥିପାଇଁ ରୋପୱେର ତାର ଉପରେ ଅଚାନକ୍ ଲୋଡ୍ ବଢି ଯାଇଥିଲା । ଏବଂ ରୋଲର ଭାଙ୍ଗିଯିବାରୁ ୩ଟି ଟ୍ରଲି ପାହାଡ ସହ ଧକ୍କା ହୋଇଥିଲା । ସେଥିମଧ୍ୟରୁ ୨ଟି ତଳକୁ ଗଳି ପଡ଼ିଥିଲା । ସେଥିରେ ଥିବା ୧୨ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହା ବର୍ତମାନ ବୃଦ୍ଧି ହୋଇ ୪ରେ ପହଞ୍ଚିଛି । ଦ୍ରୁର୍ଘଟଣାର ପ୍ରକୃତ କାରଣ କଣ ତାହା ତଦନ୍ତଧୀନ ରହିଛି । ଆସନ୍ତା ଏପ୍ରିଲ ୨୬ ତାରିଖରେ ଝାରଖଣ୍ଡ ହାଇକୋର୍ଟ ମାମଲାର ପୁଣି ଶୁଣାଣି କରିବେ ବୋଲି ଜଣାପଡିଛି ।