କନକ ବ୍ୟୁରୋ : ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟାରୁ ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ ହୋଇଛି । ପିଏସଏଲଭି ସି-୫୮ ରକେଟ୍ ଜରିଆରେ ଉତକ୍ଷେପମ ହୋଇଛି । ୫ବର୍ଷ ଧରି ବ୍ଲାକ୍ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ ।

Advertisment

ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଏଥିରେ ବିଭିନ୍ନ ଉଜ୍ଜ୍ୱଳ ବହିର୍ଜାଗତିକ ବସ୍ତୁର ଏକ୍ସ-ରେ ଉତ୍ସ ସମ୍ପକରେ ସୂଚନା ଦେବାରେ ସହାୟକ ହେବ ।

ବିଶେଷ କରି ବ୍ଲାକ ହୋଲ, ନ୍ୟୁଟ୍ରନ ଷ୍ଟାର ସମ୍ପର୍କରେ ଅନୁଧ୍ୟାନ କରିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ସକାଳ ୯ ଟା ୩୦ ମିନିଟ ସମୟରେ ସଫଳ ଉତକ୍ଷେପଣ ହୋଇଛି । ପିଏସଏଲଭି-ସି୫୮ ରକେଟ ଜରିଆରେ ଏକ୍ସପୋସାଟକୁ ଉତକ୍ଷେପଣ କରାଯାଇଛି । ପୂର୍ବରୁ ଏକମାତ୍ର ଦେଶ ଭାବେ ଆମେରିକା ଏକ୍ସ-ରେ ପୋଲାରିମେଟ୍ରି ଏକ୍ସପ୍ଲୋରର ପ୍ରେରଣ କରିଛି