ସାବାଡ ହେବେ ଶତ୍ରୁ । MRSAM ମିସାଇଲର ସଫଳ ପରୀକ୍ଷଣ କଲା ଭାରତ , ୩୬୦ ଡିଗ୍ରୀରେ ଆକାଶପଥରେ ହିଁ ଟାର୍ଗେଟକୁ କରିପାରିବ ଧ୍ୱଂସ

181

ସାବାଡ ହେବେ ଶତ୍ରୁ । ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଏଣିକି ହଜାର ଥର ଭାବିବ ଶତ୍ରୁପକ୍ଷ । ଭାରତୀୟ ନୌସେନା ସ୍ଥଳଭାଗରୁ ଆକାଶପଥକୁ ଟାର୍ଗେଟ କରୁଥିବା ମଧ୍ୟମ ଦୂରଗାମୀ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲ ୭୦ କିଲୋମିଟର ରାଡାରରେ ଆସୁଥିବା ଟାର୍ଗେଟ ଯେପରିକି ମିସାଇଲ, ଲଢୁଆ ଯୁଦ୍ଧ ବିମାନ,ହେଲିକପ୍ଟର,ଡ୍ରୋନକୁ ବେଶ ସହଜରେ ଧ୍ୱଂସ କରିପାରିବ । ଏପରିକି ଏହି ମିସାଇଲ ୩୬୦ ଡିଗ୍ରୀରେ ବୁଲିବା ସହ ଏକାସଙ୍ଗରେ ଶତ୍ରୁପକ୍ଷର ଟାର୍ଗେଟକୁ ଧ୍ୱଂସ କରିପାରିବ ।

ଆଇଏନଏସ କୋଚି ଓ ଆଇଏନଏସ ଚେନ୍ନାଇରୁ ଏହି ମିସାଇଲର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ଏହି ପରୀକ୍ଷଣ ସମୟରେ ଆକାଶପଥରେ ଥିବା ବିଭିନ୍ନ ଟାର୍ଗେଟକୁ ବେଶ ସହଜରେ ସ୍ଥଳଭାଗରୁ ଧ୍ୱଂସ କରିଥିଲା ଏହି ମିସାଇଲ । ଇସ୍ରାଏଲ ଏରୋସ୍ପେଶ ଇଣ୍ଡଷ୍ଟ୍ରିଜର ସହଯୋଗରେ ଡିଆରଡିଏଲ ହାଇଦ୍ରାବାଦ ଓ ଡିଆରଡିଓ ମିଳିତ ଭାବେ ଏହି ମିସାଇଲକୁ ବିକଶିତ କରିଛନ୍ତି । ଏହି ମିସାଇଲକୁ କୋଲକାତାରେ ଥିବା ବିଧ୍ୱଂସକ ଯୁଦ୍ଧ ଜାହାଜରେ ଲଗାଇପାରେ ଭାରତ । ଏପରିକି ଆଗାମୀ ଦିନରେ ପ୍ରତ୍ୟେକ ଯୁଦ୍ଧ ଜାହାଜରେ ଏହି ମିସାଇଲର ବ୍ୟବହାର କରାଯିବ ।

କାହିଁକି ଖାସ୍ ଏହି ମିସାଇଲ :
– ୭୦ କିଲୋମିଟର ରାଡାରରେ ଆସୁଥିବା ଶତ୍ରୁପକ୍ଷର ମିସାଇଲ, ଯୁଦ୍ଧ ବିମାନ,ହେଲିକପ୍ଟର, ଡ୍ରୋନକୁ ବେଶ ସହଜରେ ଧ୍ୱଂସ କରିପାରିବ
– ଏହି ଏମଆରଏସଏଏମ ମିସାଇଲ ସବୁ ପାଗରେ କାମ କରିପାରିବ
– ୩୬୦ ଡିଗ୍ରୀରେ ବୁଲିବା ସହ ଶତ୍ରୁପକ୍ଷକୁ ଟାର୍ଗେଟ କରିପାରିବ
– ୨୪୬୯.୬ କିଲୋମିଟର ପ୍ରତି ଘଣ୍ଟା ବେଗରେ ଟାର୍ଗେଟ
– ୧୪.୭୬ ଫୁଟ ଲମ୍ବା ଓ ୨୭୬ କିଲୋଗ୍ରାମ ଓଜନର ଏହି ମିସାଇଲ ଭାରତ ପାଇଁ ସୁରକ୍ଷାକବଚ ପାଲଟିବ ।

ଇସ୍ରାଏଲ ସହଯୋଗରେ ଏହିଭଳି ଆହୁରି ୨୦୦ ମିସାଇଲ ଓ ୪୦ ଲଞ୍ଚର୍ସ ନିର୍ମାଣ କରାଯିବ । ୨୦୨୩ ସୁଦ୍ଧା ଏହି ମିସାଇଲକୁ ଯୁଦ୍ଧପୋତରେ ମୁତୟନ କରାଯିବ ।