ଆଇଏନଏସ ବିକ୍ରାନ୍ତରେ ମିଗ୍-୨୯କେ ବିମାନର ସଫଳ ଅବତରଣ

ଆଇଏନଏସ ବିକ୍ରାନ୍ତରେ ମିଗ୍-୨୯କେ ବିମାନର ସଫଳ ଅବତରଣ

କନକ ବ୍ୟୁରୋ:ଭାରତୀୟ ନୌସେନାର ଶକ୍ତି ଓ ସାମର୍ଥ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନୌସେନା ଏଥର ଏମିତି ଏକ ନିଆରା ସଫଳତା କରିଛି, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ରାତିରେ ନୌସେନାର ଆଇଏନ୍ଏସ୍ ବିକ୍ରାନ୍ତରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି। ଏହି ସଫଳତା ସହିତ ଦେଶର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇଛି।

ଏଥିସହିତ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏହା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଏକ ଟୁଇଟ କରାଯିବା ସହ ଏକ ଭିଡିଓ ଅପଲୋଡ କରାଯାଇଛି । ଏହି ଭିଡିଓରେ ଆପଣ ଦେଖିପାରିବେ କିପରି ଏହି ବିମାନ ଆଇଏନଏସ ବିକ୍ରାନ୍ତରେ ସଫଳତାର ସହ ଅବତରଣ ଶେଷ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe