ଭାରତୀୟ ଯୁଦ୍ଧ ଜାହାଜ ଗୁଡିକୁ ସୁରକ୍ଷା ଦେବ ଇସ୍ରାଏଲ ମିସାଇଲ! ଓଡିଶା ଉପକୂଳରେ ହେଲା ସଫଳ ପରୀକ୍ଷଣ

Advertisment
ଭାରତୀୟ ଯୁଦ୍ଧ ଜାହାଜ ଗୁଡିକୁ ସୁରକ୍ଷା ଦେବ ଇସ୍ରାଏଲ ମିସାଇଲ! ଓଡିଶା ଉପକୂଳରେ ହେଲା ସଫଳ ପରୀକ୍ଷଣ

ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ( ଡିଆରଡିଓ) ପକ୍ଷରୁ ଆଜି ଇସ୍ରାଏଲ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏଲଆର-ସାମ ବା ବାରାକ-୮ ଏୟାର ଡିଫେନ୍ସ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହାକୁ ଭାରତୀୟ ନୌସେନାର ଆଇଏନଏସ-ଚେନ୍ନାଇରୁ ଓଡିଶା ଉପକୂଳରେ ନିକ୍ଷେପ କରାଯାଇଥିଲା । ଏହି ମିସାଇଲଗୁଡ଼ିକ ଭାରତୀୟ ଯୁଦ୍ଧଜାହଜ ଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବ ।

publive-imageଏହି ମିସାଇଲ କିଣିବା ପାଇଁ ଗତ ଅକ୍ଟୋବର ମାସରେ ଭାରତ ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ(ଆଇଏଆଇ)କୁ ୭୭୭ ନିୟୁତ ଡଲାରର(୫୬୮୭ କୋଟି ଟଙ୍କା) ଅତିରିକ୍ତ କଣ୍ଟ୍ରାକ୍ଟ ପ୍ରଦାନ କରିଥିଲା । ଏହା ଅନୁଯାୟୀ ଇସ୍ରାଏଲ କମ୍ପାନୀ ଭାରତୀୟ ନୌସେନାର ୭ଟି ଜାହାଜକୁ ଏଲଆର-ଏସଏଏମ ଏୟାର ଓ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଇ ଦେବ । ରାଷ୍ଟ୍ରାୟତ ଡିଫେନ୍ସ ଇଲେକ୍ଟ୍ରୋନିକ୍ସ କମ୍ପାନି ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ(ବିଇଏଲ) ମାଧ୍ୟମରେ ଏହି କଣ୍ଟ୍ରାକ୍ଟ ଦିଆଯାଇଛି । ସୂଚନାଯୋଗ୍ୟ ଏଲଆରଏସଏମ (ବାରାକ ୮ ଫ୍ୟାମିଲିର ଅଂଶ) ଏକ ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ (ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ), ଯାହାର ବ୍ୟବହାର ଇସ୍ରାଏଲର ନୌସେନା ସହିତ ଭାରତୀୟ ନୌସେନା, ବାୟୁସେନା ଓ ସ୍ଥଳସେନା ବ୍ୟବହାର କରିଥାନ୍ତି । ଭାରତ ସହିତ ଏହି ରାଜିନାମା ପରେ ବାରାକ ୮ର ବିକ୍ରି ଗତ କିଛି ବର୍ଷରେ ୬୦୦ କୋଟି ଡଲାରରେ ପହଞ୍ଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe