ଅଳ୍ପ ସମ୍ବଳରେ ସଫଳ ବ୍ୟବସାୟ: ଉଦାହରଣ ସୃଷ୍ଟି କଲେ ଖୋର୍ଦ୍ଧା ଜିଲ୍ଲା ଅରିକମାର ଚନ୍ଦ୍ର ନାରାୟଣ

71

କନକ ବ୍ୟୁରୋ: କଥାରେ ଅଛି ମୋ ଗାଁ ମାଟି ସବୁଠୁ ବଢିଆ , ଏଭଳି କହିବା ପଛରେ ରହିଛି ଅନେକ କାହାଣି । କରୋନା ସମୟରେ ଭିଟାମାଟିର ମୋହ ଖୋର୍ଦ୍ଧା ଜିଲ୍ଲା ଅରିକମାର ଚନ୍ଦ୍ର ନାରାୟଣ ପ୍ରତାପ ସିଂଙ୍କୁ ଗାଁକୁ ଟାଣି ଆଣିଥିଲା । କେବଳ ସେତିକି ନୁହେଁ ଆତ୍ମବଳ ଓ ଦ୍ୁଢ ଇଛାଶକ୍ତିରେ ଚନ୍ଦ୍ର ନାରାୟଣ ଆତ୍ମ ନିର୍ଭରଶିଳ ହେବା ସହ ୧୫ ଜଣକୁଂ ଆତ୍ମ ନିଯୁକ୍ତି ଦେଇପାରିଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଗାଁ ବାହାରେ ରହି ଚାକିରି କରୁଥିଲେ । ବେଶ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ କରୋନା ଝଟକା ତାଙ୍କ ଆଥିର୍କ ସ୍ୱଚ୍ଛଳତାର ମେରୁଦଣ୍ଡକୁ ଭାଙ୍ଗି ଦେଇଥଇଲା ।କିନ୍ତୁ ଏଥିରେ ଭାଙ୍ଗି ନପଠି ନିଜ ଗାଁକୁ ଫେରିଥିଲେ ଖୋର୍ଦ୍ଧା ଜିଲ୍ଲା ଅରିକମାର ଚନ୍ଦ୍ର ନାରାୟଣ ପ୍ରତାପ ସିଂ । ଗାଁକୁ ଆସିଛି କିଛି କରିବାକୁ ସଂକଳ୍ପ ନେଇଥିଲେ ଆଉ ଗାଁରେ ଆରମ୍ଭ କରିଛନ୍ତି ମା କୋଶଳାପୁଣି ଫେବର କ୍ଲବ୍ । ଚନ୍ଦ୍ର ନାରାୟଣଙ୍କ ଏହି କମ୍ପାନୀ ତିଆରି କରୁଛି ଫ୍ଲୋରିଂଗରେ ବ୍ୟବହୃତ ହେଉଥିବା ଭଳିକି ଭଳି ଟାଇଲ ଓ ଇଟା ।

ଚନ୍ଦ୍ର ନାରାୟଣଙ୍କ ଏହି ଉଦ୍ୟମ କେବଳ ତାଙ୍କଚ ରୋଜଗାରକ୍ଷମ କରିନି ବଂର ଜୀବିକା ହରାଇଥିବା ଅନେକ ସ୍ଥାନୀୟ ଯୁବକଙ୍କ ଆଶାର କିରଣ ପାଲଟିଛି । ଏବେ ସୁଦ୍ଧା ଚନ୍ଦ୍ର ନାରାୟଣ ଅରିକମା ଜିଲ୍ଲାର ୧୫ରୁ ୨୦ ଯୁବକଙ୍କୁ ରୋଜଗାରକ୍ଷମ କରିସାରିଲେଣି । କରୋନା କାଳରେ ବେସାହାରଙ୍କ ପାଇଁ ଦେବଦୁ୍ତ ସାଜିଥିବା ଏହି ପରିଶ୍ରମୀ ଯୁବକଙ୍କୁ ଏବେ ସବୁଠି ମିଳୁଛି ପ୍ରଂଶସା ।

ରଙ୍ଗବିରଙ୍ଗ ତଥା ଆର୍କଷଣୀୟ ଟାଇଲ, ଇଟା ପାଇଁ ସ୍ଥାନୀୟ ଲୋକେ କଟକ, ଭୁବନେଶ୍ୱର ଉପରେ ନିର୍ଭରଶୀଳ ରହୁଥିବାବେଳେ ଏବେ ଚନ୍ଦ୍ର ନାରାୟଣଙ୍କ ଫେବର ବ୍ଲକ ଏମାନଙ୍କୁ ସହଜରେ ଓ ସୁଲଭ ଦରରେ ଏସବୁ ଯୋଗାଉଛି । ଯାହା ପାଇଁ ଉଭୟ ବ୍ୟବସାୟ ଓ ଗ୍ରାହକ ମଧ୍ୟ ଖୁସ୍ । ସେପଟେ ଚନ୍ଦ୍ର ନାରାୟଣଙ୍କ କ୍ଷୁଦ୍ରଶିଳ୍ପର ସଫଳତାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ଅରିକମାବାସୀ ।

ମନରେ ଯଦି ଦୃଢ ଇଚ୍ଛା ଶକ୍ତି ଥାଏ ତେବେ ଅଳ୍ପ ସମ୍ବଳରେ ମଧ୍ୟ ସଫଳତା ମିଳିବ ।ଏଭଳି କିଛି କମାଲ କରି ଦେଖାଇଛନ୍ତି ଅରିକମାର ଚନ୍ଦ୍ର ନାରାୟଣ ପ୍ରତାପ ସିଂ । ନିଜ ଗାଁ ଓ ଗ୍ରାମବାସୀଙ୍କୁ କିଛି କରିବା ଲକ୍ଷ୍ୟ ରଖି ସେ ଆରମ୍ଭ କରିଥିବା ଏହି କ୍ଷୁଦ୍ରବ୍ୟବସାୟ ଅନେକଙ୍କ ମୁହଁରେ ହସଫୁଟାଇଛି ।ଏଥିସହ ସଫଳ ଯୁବ ବ୍ୟବସାୟ ଯୁବବର୍ଗଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।