ଛାଡିଥିଲେ ୪୫ ସରକାରୀ ଚାକିରି, ଫିଲ୍ମରେ ହିରୋ ହେବାର ଅଫର… ଏବେ ପୋଲିସ ବିଭାଗରେ ବଡ ଅଫିସର

299

କନକ ବ୍ୟୁରୋ: ଜଣଙ୍କ ଜୀବନରେ ସଫଳତା ଏତେ ଥର ଆସେ ତାହା ଆପଣ କେବେ ବିଶ୍ୱାସ ବି କରିପାରିବେନି । ଯେଉଁଠି ଲୋକମାନେ ଖଣ୍ଡେ ସରକାରୀ ଚାକିରୀ କରିବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ଚାହିଁ ରହୁଛନ୍ତି, ସେଠାରେ କିନ୍ତୁ ଏହି ବ୍ୟକ୍ତି ଜଣକ ୪୫ଟି ସରକାରୀ ଚାକିରି ଛାଡିଦେଇଛନ୍ତି । କେବଳ ସେତିକି ନୁହେଁ ତାଙ୍କ ଦକ୍ଷତା ପାଇଁ ତାଙ୍କ ପାଖକୁ ଫିଲ୍ମରେ ଅଭିନୟ କରିବାକୁ ମଧ୍ୟ ଅଫର ଆସିଥିଲା । ହେଲେ ସେ ଏହାକୁ ମଧ୍ୟ ମନା କରିଦେଇଥିଲେ ।

ହଁ ଆଜ୍ଞା ଆମେ କହୁଛୁ ଛତିଶଗଡ କୋରିଆ ଜିଲ୍ଲା ବୈକୁଣ୍ଠପୁର ଅଞ୍ଚଳରେ ସୁବେଦାର ଥିବା ରମେଶ କୁମାରଙ୍କ କଥା । ରମେଶଙ୍କ ବଡି ବିଲ୍ଡିଂରେ ବେଶ ଆଗ୍ରହ ରହିଥିଲା । ସେ ବଡି ବିଲ୍ଡଂରେ ୨୦୦୦ ମସିହାରେ ମିଷ୍ଟର ରାୟପୁର ଓ ୨୦୦୧ ମସିହାରେ ଛତିଶଗଡରେ ସେ ତୃତୀୟ ସ୍ଥାନ ହାସଲ କରିଥିଲେ । ଏଥିପାଇଁ ତାଙ୍କୁ ଛତିଶଗଡ ଫିଲ୍ମରେ ଅଫର ଆସିଥିଲା । ହେଲେ ପୋଲିସ ବିଭାଗରେ ଥିବା ତାଙ୍କ ବାପା ଏହି ଲାଇନରେ ଯିବାକୁ ତାଙ୍କୁ ଅନୁମତି ଦେଇନଥିଲେ ।

ସେଥିପାଇଁ ସେ ମଡେଲିଂ ନକରି ସେ ସରକାରୀ ଚାକିରି କରିବାକୁ ମନବଳାଇଥିଲେ । ଏହାପରେ ୨୦୦୦ରୁ ୨୦୨୧ ମଧ୍ୟରେ ୪୬ଟି ଭିନ୍ନ ଭିନ୍ନ ସରକାରୀ ଚାକିରିରେ ତାଙ୍କର ଚୟନ ହୋଇଥିଲା । ହେଲେ ବାପାଙ୍କର ଇଚ୍ଛା ଥିଲା ବଡ ଚାକିରି ସେଥିପାଇଁ ସେ ପ୍ରୟାସ ଜାରି ରଖିଥିଲେ । ୪୬ରୁ ୪୪ଟି ଚାକିରିରେ ସେ ଜଏନ କରିନଥିଲେ । ୨୦୦୯ରେ ପିଏସସି ପାଇଁ ପ୍ରସ୍ତୁତ ହୋଇଥିଲେ । ହେଲେ ୧୧ ଥର ପ୍ରୟାସରେ ବି ସେ ସଫଳ ହୋଇନଥିଲେ । ଏହାପରେ ୨୦୧୩ରେ ପୋଲିସ ସୁବେଦାର ଭାବେ ତାଙ୍କର ଚୟନ ହୋଇଥିଲା । ଆଉ ସେବେଠୁ ସେ ଏହି ଚାକିରିରେ ଅଛନ୍ତି ।