ଜୀବନ କାହାକୁ କେତେବେଳେ କେଉଁ ମୋଡରେ ଆଣି ଠିଆ କରିଦେବ, ତାହା କହିବା ବହୁତ ମୁସ୍କିଲ । କେବଳ ପରିଶ୍ରମ ହିଁ ଏଭଳି ଏକମାତ୍ର ଜିନିଷ ଯାହାକି କେବେ ବ୍ୟର୍ଥରେ ଯାଇନଥାଏ । ନିକଟରେ ୟୁପିଏସସି ୨୦୧୯ର ଫଳାଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ଦେଶର ଅନେକ ପିଲା ସଫଳତା ଅର୍ଜନ କରି ଆଇଏଏସ ପରୀକ୍ଷା କ୍ଲିୟର କରିଛନ୍ତି । ତେବେ ଏହି ସବୁ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଜଣେ ଝିଅ ବି ଅଛନ୍ତି ଯାହାଙ୍କର କାହାଣୀ ସତରେ ହୃଦୟକୁ ଛୁଇଁଦେଲା ଭଳି । କର୍କଟ ରୋଗ ଭଳି ଘାତକ ବେମାରୀରେ ଶିକାର ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବୃଦ୍ଧ ବାପାର ସ୍ୱପ୍ନକୁ ପୁରଣ କରି ଦେଖାଇ ପାରିଛି ଏହି ଝିଅ ଜଣକ, ଆଉ ନିଜର କଠୋର ପରିଶ୍ରମ ବଳରେ ଆଇଏଏସ ପରୀକ୍ଷାରେ ଉତିର୍ଣ୍ଣ ହୋଇ ୮୮ ତମ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି ।
ପଂଜାବର ମୋଗାରେ ନିଜ ପରିବାର ଲୋକଙ୍କ ସହ ରୁହନ୍ତି ରିତିକା । ଆଇଏଏସ ପରୀକ୍ଷାରେ ଉତିର୍ଣ୍ଣ ହୋଇ ସାରା ଦେଶରେ ୮୮ତମ ସ୍ଥାନ ଅଳଙ୍କୃତ କରିଛନ୍ତି ରିତିକା । ତେବେ ଯେତେବେଳେ ରିତିକା ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ କି ତାଙ୍କ ବାପା କ୍ୟାନସରରେ ଶିକାର ଅଛନ୍ତି । ତା ସତ୍ୱେ ବି ରିତିକା ନିଜର ମନୋବଳକୁ ଭାଙ୍ଗିବାକୁ ଦେଇନଥିଲେ । ଆଉ ନିଜ ପ୍ରସ୍ତୁତିକୁ ପୂର୍ବଠାରୁ ଆହୁରୀ ଜୋରଦାର କରିଥିଲେ ।
ରିତିକା ଦ୍ୱାଦଶରେ ସିବିଏସଇ ପରୀକ୍ଷାରେ ଟପ୍ କରିଥିଲେ ଏବଂ ଦିଲ୍ଲୀ ୟୁନିଭର୍ସିଟିର ଶ୍ରୀରାମ କଲେଜରୁ ବାଣିଜ୍ୟ ବିଷୟରୁ ସ୍ନାତକ ପାସ୍ କରିଥିଲେ । ଆଉ ଏଥିରେ ବି ରିକିତା ଟପର ହୋଇଥିଲେ । ତେବେ ଏହି ସମୟରେ ତାଙ୍କୁ କଲେଜରୁ ଭଲ ପ୍ଲେସମେଂଟ ବି ମିଳିଥିଲା କିନ୍ତୁ ସେ ତାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ , କାହିଁକି ସେ ୟୁପିଏସଏସସି କ୍ଲିୟର କରିବାକୁ ନିଷ୍ପତି ନେଇଥିଲେ । ଏଥିପାଇଁ ବି ସେ ବହୁ ଆଗରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ । ରିତିକାଙ୍କ ବାପାଙ୍କର ସ୍ୱପ୍ନ ଥିଲା କି ରିତିକା ଆଇଏଏସ ହୁଅନ୍ତୁ , ଆଉ ବାପାଙ୍କର ଏହି ସ୍ୱପ୍ନକୁ ଶାକାର ରିତିକା କୌଣସି ବି ପରିସ୍ଥିତିରେ କରିବାକୁ ଚାହିଁଥିଲେ । ଗ୍ରାଡୁଏସନ ପରେ ହିଁ ସେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଏବଂ ସଫଳତା ମଧ୍ୟ ହାସଲ କରିଥିଲେ । ଯଦିଓ ରିକିତା ପ୍ରଥମ ପରୀକ୍ଷାରେ ଅସଫଳ ହୋଇଥିଲେ ମାତ୍ର ଦ୍ୱିତୀୟ ଥର ପରୀକ୍ଷାରେ ସେ ୮୮ତମ ସ୍ଥାନ ହାସଲ କରି ବାପାଙ୍କ ସ୍ୱପ୍ନକୁ ଶାକାର କରିବାରେ ସଫଳ ହୋଇଥିଲେ ।
ରିତିକା ତାଙ୍କର ସଫଳତାର ଶ୍ରେୟ ତାଙ୍କ ବାପାଙ୍କୁ ଦେଇଛନ୍ତି । ରିତିକା କୁହନ୍ତି କି, ତାଙ୍କ ବାପା କ୍ୟାନସର ରୋଗରେ ପୀଡିତ ଥାଇ ବି ତାଙ୍କୁ ପାଠପଢାଇ ଯୋଗ୍ୟର କରିବା ପାଇଁ ଦିନ ରାତି ଏକକାର କରି ପରିଶ୍ରମ କରିଥିଲେ । ନିଜର ଆରୋଗ୍ୟ କଥା ଚିନ୍ତା ନକରି ତାଙ୍କର ପାଠପଢା ପାଇଁ ସବୁ ଟଙ୍କା ଖର୍ଚ୍ଚ କରିଦେଉଥିଲେ । ଜଣେ ମଧ୍ୟମ ବର୍ଗର ପରିବାର ହୋଇଥିଲେ ବି ତାଙ୍କ ବାପା କେବେ ଟଙ୍କାର ଅଭାବର ବୋଝ ତାଙ୍କ ଉପରେ ଲଦି ଦେଇନଥିଲେ ବୋଲି କହିଛନ୍ତି ରିତିକା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/29-3.jpg)
/kanak/media/post_attachments/wp-content/uploads/2019/05/Ritika_IAS_155898_730x419-300x172.jpg)
/kanak/media/post_attachments/wp-content/uploads/2019/05/maxresdefault-10-300x169.jpg)