କେବେ ୫ ଟଙ୍କା ପାଇଁ ଦିନ ସାରା କରୁଥିଲେ ମଜୁରୀ, ଆଜି ସେ ୧୦୦ କୋଟି କମ୍ପାନୀର ମାଲିକାଣୀ

50

ଜୀବନରେ ବାଧାବିଘ୍ନ ଅତିକ୍ରମ କରି ସଫଳ ହେବାର ଅନେକ କାହାଣୀ ଶୁଣିଥିବେ । ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ ଜଣାଇବାକୁ ଯାଉଛୁ, ଯାହାଙ୍କ ସଂଘର୍ଷ ଦୁନିଆ ପାଇଁ ଉଦାହରଣ ବନିଯାଇଛି । ଦକ୍ଷିଣ ଭାରତର ଜ୍ୟୋତି ରେଡ୍ଡୀ ଗୋଟିଏ ସମୟରେ ଗୁଜୁରାଣ ମେଣ୍ଟାଇବା ପାଇଁ ଦିନକୁ ୫ ଟଙ୍କା ମଜୁରୀରେ କ୍ଷେତରେ କାମ କରୁଥିଲେ । କିନ୍ତୁ ଆଜି ସେ ଅନେକ ଲୋକଙ୍କ ଜୀବନ ବଦଳାଇ ଦେଇଛନ୍ତି । ଏହି ମହିଳା ଜଣକ ନିଜ ବଳରେ କେବଳ ସଫଳତା ପାଇନାହାଁନ୍ତି ବରଂ ଆଜି ଆମେରିକାରେ ଏକ ସଫ୍ଟୱେର କମ୍ପାନୀ ଛିଡା କରିଦେଇଛନ୍ତି ।

ଆମେରିକାର ଫୋଏନିକ୍ସ ସ୍ଥିତ ସଫ୍ଟୱେର ସଲ୍ୟୁସନ୍ ଇଙ୍କ୍ ର ସିଇଓ ଜ୍ୟୋତି ରେଡ୍ଡୀଙ୍କ ଜନ୍ମ ୧୯୭୦ରେ ତେଲେଙ୍ଗାନାର ଏକ ଦରିଦ୍ର ପରିବାରରେ ହୋଇଥିଲା । ଜ୍ୟୋତିଙ୍କ ପରିବାରରେ ମା’-ବାପାଙ୍କ ବ୍ୟତୀତ ଆଉ ୪ ଭଉଣୀ ଥିଲେ, ସେମାନଙ୍କ ମଧ୍ୟରୁ ଜ୍ୟୋତି ସବୁଠାରୁ ଛୋଟ ଥିଲେ । ପରିବାରରେ ଟଙ୍କା ଅଭାବରୁ ଜ୍ୟୋତିଙ୍କ ପାଠପଢ଼ା ହୋଇପାରିଲାନି । ସେଥିପାଇଁ ତାଙ୍କୁ ଅନାଥ ଆଶ୍ରମରେ ରହିବାକୁ ପଡ଼ିଲା । ଅନାଥ ଆଶ୍ରମରେ ରହିବା ପାଇଁ ଏକ ନିୟମ ଥିଲା ଯେ, ସେ ବିନା ବାପା, ମା’ର ଝିଅ ବୋଲି ସାବ୍ୟସ୍ତ କରିବାକୁ ଥିଲା । ଏମିତିରେ ଜ୍ୟୋତି ଯେପର୍ଯ୍ୟନ୍ତ ଅନାଥ ଆଶ୍ରମରେ ରହିଲେ ସେ ନିଜ ମା’ଙ୍କ ସହ ଦେଖା କରିପାରୁନଥିଲେ । ଜ୍ୟୋତିଙ୍କ ପାଇଁ ଏହା ବହୁତ ମୁସ୍କିଲ ଥିଲା । ଅନାଥ ଆଶ୍ରମରେ ସେ ନିଜ ସୁଖ-ଦୁଃଖ କାହା ସହ ବାଣ୍ଟି ପାରୁନଥିଲେ ।

ଆମେରିକାରେ ଜ୍ୟୋତି ଦେଖିଲେ କି ଆମେରିକାରେ ଭିଜା ପ୍ରୋସେସିଙ୍ଗ କରାଇବା ପାଇଁ ଲୋକ ବହୁତ ଟଙ୍କା ଦେବାକୁ ପ୍ରସ୍ତୁତ ଥିଲେ । ଜ୍ୟୋତି ଭିଜା କନସଲ୍ଟିଙ୍ଗର କାମ ଆରମ୍ଭ କଲେ । ଧୀରେ ଧୀରେ ଏହି କାମ ଭଲ ଚାଲିଲା ଯେତେବେଳେ ସେ ଏହି ମାମଲାରେ କନସଲ୍ଟିଙ୍ଗ ଦେବା ପାଇଁ ଏକ ସଫ୍ଟୱେର ନିର୍ମାଣ କରି କମ୍ପାନୀରେ ପରିଣତ କଲେ । ତାଙ୍କ କମ୍ପାନୀର ମୂଲ୍ୟ ୧୦୦ କୋଟି ଟଙ୍କାରୁ ବି ଅଧିକ ।