ସ୍ଵାଧୀନତାର ୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଗୋଡ୍ରେଜ କମ୍ପାନୀର କାହାଣୀ ବହୁତ ରୋଚକର । ଏକ ଛୋଟିଆ ଗୋଦାମରୁ ତାଙ୍କର ବ୍ୟବସାୟ ଯାତ୍ରା ଆରମ୍ଭ କରିଥିଲେ ଗୋଡ୍ରେଜ କମ୍ପାନୀର ପ୍ରତିଷ୍ଠାତା ଆରଦେଶୀର ଗୋଡ୍ରେଜ । ଇଂଲଣ୍ଡରୁ ଆମଦାନୀ ହୋଇଥିବା ତୁଳନାରେ ଆରଦେଶୀର ଗୋଡ୍ରେଜ ଭଲ ତାଲା ତିଆରି କରୁଥିଲେ। ଯେତେବେଳେ ମୁମ୍ବାଇରେ ଚୋରି ସଂଖ୍ୟା ବୃଦ୍ଧି ପାଇଲା ସେତେବେଳେ ଲକର ତିଆରି କରିବାର ଆଇଡିଆ ତାଙ୍କ ମୁଣ୍ଡକୁ ଜୁଟିଥିଲା । କମ୍ପାନୀ ପ୍ରଥମ ଲୋକସଭା ନିର୍ବାଚନ ପାଇଁ୧୭ ଲକ୍ଷ ବାଲାଟ ବକ୍ସ ପ୍ରସ୍ତୁତ କରିଥିଲା।

Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱାଧୀନତାର ୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଗୋଡ୍ରେଜ କମ୍ପାନୀ ଆଜି ବିଭାଜନ ହେବାକୁ ଯାଉଛି ।
ପ୍ରଥମ ଲୋକସଭା ନିର୍ବାଚନ ପାଇଁ କମ୍ପାନୀ ୧୭ ଲକ୍ଷ ବାଲାଟ ବକ୍ସ ତିଆରି କରିଥିଲା ।
ଗୋଡ୍ରେଜ ତାଲା ତୁଳନାରେ ଇଂଲଣ୍ଡରୁ ଆମଦାନୀ ହୋଇଥିବା ତାଲା ଫିକା ପଡିଯାଇଥିଲା ।
୧୨୬ ବର୍ଷ ପୁରୁଣା କମ୍ପାନୀ ଆଜି ବିଭାଜନ ହେବାକୁ ଯାଉଛି । ଆମେ ସେହି କମ୍ପାନୀ ବିଷୟରେ କହୁଛୁ ଯାହାର ଉତ୍ପାଦ ଆପଣ ପ୍ରତ୍ୟେକ ଘରେ ପାଇବେ । କାରଣ ଗୋଡ୍ରେଜ୍ ଗ୍ରାହକଙ୍କ ପାଇଁ ମଜବୁତି ଏବଂ ନିର୍ଭରଯୋଗ୍ୟତାର ଅନ୍ୟ ଏକ ନାମ ଭାବରେ ଉଭା ହେଇ ଛିଡାହେଇଛି । ଆମେ ଝିଅ ବାହାଘର ହେଉ କିମ୍ବା ନୂଆ ଦୋକାନ ପାଇଁ ସେଫ କିଣିବା ହେଉ ଆମ ମନକୁ ଯେଉଁ ନାମ ପ୍ରଥମେ ଆସେ ତାହା ହେଲା ‘ଗୋଡ୍ରେଜ୍’ । ଏହା ଭାରତର କୋଟି କୋଟି ଲୋକଙ୍କ ପ୍ରିୟ ବ୍ରାଣ୍ଡ । ଗୋଡ୍ରେଜ ଦେଶର ଅନ୍ୟତମ ପୁରାତନ କମ୍ପାନୀ ଅଟେ । ଏହି କମ୍ପାନୀ ସ୍ୱାଧୀନତାର ୫୦ ବର୍ଷ ପୂର୍ବରୁ ଅର୍ଥାତ୍ ୧୨୬ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା । ଗୋଡ୍ରେଜର ବ୍ୟବସାୟ ଯାତ୍ରା ଯେତିକି ଲମ୍ବା ସେତିକି ରୋଚକର ମଧ୍ୟ ।
ଏହି ବ୍ରାଣ୍ଡ ଏତେ ଲୋକପ୍ରିୟ ଥିଲା ଯେ ଇଂଲଣ୍ଡ ରାଣୀ ମଧ୍ୟ ଭାରତ ଗସ୍ତ ସମୟରେ କମ୍ପାନୀର ଗୋଟିଏ ଉତ୍ପାଦ ବ୍ୟବହାର କରିଥିଲେ । କେବଳ ଏତିକି ନୁହେଁ, ଏହି କମ୍ପାନୀକୁ ଆନି ବେସାନ୍ତ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କ ପରି ମହାନ ବ୍ୟକ୍ତିଙ୍କ ସମର୍ଥନ ଥିଲା ।
ଗୋଡ୍ରେଜ ତୁଳନାରେ ଇଂଲଣ୍ଡର ତାଲା ମଧ୍ୟ ଦୁର୍ବଳ ଥିଲା
ଏହା ହେଉଛି ଏପରି ଜଣେ ବ୍ୟକ୍ତିଙ୍କ କାହାଣୀ ଯିଏ ଇଂଲଣ୍ଡରୁ ଆମଦାନୀ ହୋଇଥିବା ଲୋକଙ୍କ ଅପେକ୍ଷା ଭଲ ତାଲା ତିଆରି କରିଥିଲେ । ଏକ ଛୋଟିଆ ଗୋଦାମରୁ ତାଙ୍କର ବ୍ୟବସାୟ ଯାତ୍ରା ଆରମ୍ଭ କରିଥିଲେ ଗୋଡ୍ରେଜ କମ୍ପାନୀର ପ୍ରତିଷ୍ଠାତା ଆରଦେଶୀର ଗୋଡ୍ରେଜ । ଆରଦେଶୀର ଗୋଡ୍ରେଜଙ୍କର ପ୍ରଥମ ଆଗ୍ରହ ଥିଲା ଓକିଲ ହେବାପାଇଁ । ୭ ମଇ ୧୮୯୭ ରେ ଆରଦେଶୀର ଗୋଡ୍ରେଜ ତାଙ୍କର ଓକିଲାତି ଆଗ୍ରହକୁ ତ୍ୟାଗ କରି ଏକ ଶେଡରେ ଗୋଡ୍ରେଜ୍ ଗ୍ରୁପ୍ ଆରମ୍ଭ କରିଥିଲେ ।
ବମ୍ବେରେ ଚୋରି ଯୋଗୁଁ ତିଆରି ହେଇଥିଲା ଲକର
ସେତେବେଳେ ମୁମ୍ବାଇରେ ଚୋରି ମାମଲା ଯଥେଷ୍ଟ ବୃଦ୍ଧି ପାଇଥିଲା । ସେତେବେଳେ ଏହା ପ୍ରତିଦିନ ଖବରକାଗଜର ହେଡଲାଇନରେ ବାହାରୁଥିଲା । ଏଠାରୁ ଆରଦେଶୀରଙ୍କ ମୁଣ୍ଡକୁ ଏକ ନୂତନ ଆଇଡିଆ ଆସିଲା । ତାଙ୍କ କମ୍ପାନୀ ଶକ୍ତିଶାଳୀ ଲକର ତିଆରି କରିବା ଆରମ୍ଭ କରିଥିଲା ଏବଂ ଏହା ବେଶ ଲୋକପ୍ରିୟ ମଧ୍ୟ ହେବାକୁ ଲାଗିଲା । ୧୯୨୩ ମସିହାରେ ଆରଦେଶୀର ଆଲମିରା ମଧ୍ୟ ତିଆରି କରିବା ଆରମ୍ଭ କଲେ । ଲକ୍ ଏବଂ ଆଲମିରା ପରେ ଗୋଡ୍ରେଜ୍ ମଧ୍ୟ ସାବୁନ୍ ତିଆରି କରିଥିଲେ । ପଶୁଚର୍ବି ବିନା ଏହା ଦୁନିଆର ପ୍ରଥମ ସାବୁନ୍ ଥିଲା । ସ୍ବାଧୀନତା ପରେ ଗୋଡ୍ରେଜ ବ୍ୟବସାୟ ବିସ୍ତାର ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇଲେ ।
ଇଂରେଜମାନଙ୍କ ସହ ଝଗଡା ହେଇଥିଲା ଓକିଲାତି ପଢିବା ପରେ ଆରଦେଶୀର କାମ ପାଇଁ ପୂର୍ବ ଆଫ୍ରିକା ଯାଇଥିଲେ ସେଠାରେ ତାଙ୍କର ମନ ଲାଗିଲାନାହିଁ । ତାପରେ ଭାରତ ଫେରି ଆସି ଏକ ମେଡିକାଲ ଦୋକାନରେ ଆସିଷ୍ଟାଣ୍ଟ ଭାବରେ କାମ କରିବା ଆରମ୍ଭ କଲେ । ଏଠାରେ କାର୍ଯ୍ୟ କରିବାବେଳେ ସେ ସର୍ଜିକାଲ୍ ଇନ୍ସଟ୍ରୁମେନ୍ଟ ତିଆରି କରିବାକୁ ଚିନ୍ତା କରିଥିଲେ । ଏଥିପାଇଁ ସେ ୩୦୦୦ ଟଙ୍କା ଋଣ ଆଣିଥିଲେ । ଏହା ପରେ ସେ ଏକ ବ୍ରିଟିଶ କମ୍ପାନୀ ପାଇଁ ସର୍ଜିକାଲ୍ ଯନ୍ତ୍ର ତିଆରି କରିବାର ଅର୍ଡର ପାଇଥିଲେ । ଆରଦେଶୀର ସର୍ଜିକାଲ୍ ଇନ୍ସଟ୍ରୁମେନ୍ଟ ତିଆରି କରୁଥିଲେ ଏବଂ ବ୍ରିଟିଶ କମ୍ପାନୀ ସେଗୁଡିକୁ ବିକ୍ରି କରୁଥିଲେ । କିନ୍ତୁ ଏହି ଉତ୍ପାଦଗୁଡିକର ବ୍ରାଣ୍ଡିଂକୁ ନେଇ ବିବାଦ ଦେଖାଦେଇଥିଲା । ଆରଦେଶୀର ଚାହୁଁଥିଲେ ତାଙ୍କ ଉତ୍ପାଦ ଉପରେ ମେଡ୍ ଇନ୍ ଇଣ୍ଡିଆ ଟ୍ୟାଗ୍ ରହୁ କିନ୍ତୁ ବ୍ରିଟିଶ ମାନେ ଏଥିରେ ରାଜି ହୋଇନଥିଲେ। ଏହାକୁ ନେଇ ବିବାଦ ତୀବ୍ର ହୋଇଥିଲା ।
୧୭ ଲକ୍ଷ ବାଲାଟ ବାକ୍ସ ତିଆରି କରାଯାଇଥିଲା
ସ୍ୱାଧୀନ ଭାରତର ପ୍ରଥମ ଲୋକସଭା ନିର୍ବାଚନ ୧୯୫୧ ମସିହାରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ପାଇଁ ଗୋଡ୍ରେଜ୍ କମ୍ପାନୀ ଦ୍ୱାରା ପ୍ରାୟ ୧୭ ଲକ୍ଷ ବାଲାଟ୍ ବକ୍ସ ପ୍ରସ୍ତୁତ କରାଯାଇଥିଲା । ଏହା ପରେ ଗୋଡ୍ରେଜ୍ ମଧ୍ୟ ରେଫ୍ରିଜରେଟର ତିଆରି କରିବା ଆରମ୍ଭ କଲେ | ଆଜି କମ୍ପାନୀ ଅନେକ ଉତ୍ପାଦ ତିଆରି କରୁଛି ।